ମାଲକାନ ଗିରି ଜିଲ୍ଲାର ବଣ୍ଡା ଜନଜାତି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ

ମାଲକାନ ଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ରାଜୀବ ଗାନ୍ଧି ସେବା କେନ୍ଦ୍ର କାର୍ଯ୍ୟାଳୟ ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଗ୍ନ କିର୍ଷାନି, ଖଇରପୁଟ ତହସିଲଦାର ଏମ ପ୍ରମୋଦ କୁମାର ବେହେରା, ବଣ୍ଡା ଉନ୍ନୟନ ସଂସ୍ଥାର ସତନ୍ତ୍ର ଅଧିକାରୀ ସୋଲମନ୍ ରାଇକା, ବନବିଭାଗ ଅଧିକାରୀ ବାସୁଦେବ ନାୟକ, ପରିବର୍ତ୍ତନ ସଂସ୍ଥାର କର୍ମଚାରୀ, ପ୍ରମୁଖ ଉପସ୍ଥିତ ଥିଲେ । ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ତହସିଲଦାର ବେହେରା ପରିଚାଳନା କରିଥିଲେ ।ବିଧାୟକ ଶ୍ରୀ ମଙ୍ଗୁ ଖିଲ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ପଟ୍ଟାର ମହତ୍ତ୍ଵ ବିଷୟରେ ଲୋକମାନଙ୍କୁ ସୂଚନା ଦେଇଥିଲେ । ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଖଇରପୁଟ ବ୍ଲକ ଅଣ୍ଡର। ହାଲ ପଞ୍ଚାୟତର ଦୁମୁରିପଡା ଗାଁର 115 ଜଣ ଆଦିମ ବଣ୍ଡା ଜନଜାତି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି ବୋଲି ସମସ୍ତ ପାଇଥିବା ହିତାଧିକାରୀ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ସବୁ ପଞ୍ଚାୟତ ରେ ଏହି ଭଳି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲଦାର ସମସ୍ତ ଙ୍କୁ ଜଣେଇ ଛନ୍ତି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *