ନାଉଗାଁ ମୁଗେଇ ଛକ ନିକଟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ତିନି ଗୁରୁତର

ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ନିକଟସ୍ଥ ମୁଗେଇ ନିକଟରେ ମର୍ମନ୍ତୁଦ ବୋଲର ଧକ୍କାରେ ତିନି ଗୁରୁତର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି l ସୂଚନା ମୁତାବକ ଏକ ବୋଲର ଦ୍ରୁତ ଗତି ରେ ଶିଖର ଘାଟ ରୁ ବାଲିଭଉଁରୀ ରାସ୍ତା ଦେଇ ଯାଉଥିବା ସମୟରେ ମୁଗେଇ ନିକଟରେ ଭାରସ୍ୟମ ହରାଇ ଦୁଇ ଟି ବାଇକି କୁ ଧକ୍କା ଦେଇଥିଲା, ଯାହା ଫଳରେ ବାଇକି ରେ ଯାଉଥିବା ନାଉଗାଁ ଥାନା ଅଞ୍ଚଳ ର ଜାମୁଗାଁ ଗ୍ରାମର ସନ୍ଦୀପ ମହାନ୍ତି, ଦେବଦତ୍ତ ମହାନ୍ତି ଓ ବାଲିକୁଦା ଅଞ୍ଚଳ ର ତୁଷାର କାନ୍ତ ଦାସ ଗୁରୁତର ହୋଇ ପଡି ରହିଥିବା ବେଳେ ସ୍ତାନିୟ ଲୋକ ଘଟଣା ସ୍ଥଳରେ ପହଞ୍ଚି 108କୁ ସୁଚନା ଦେଇଥିଲେ।108 ଘଟଣାସ୍ଥଳରେ ତିନିଜଣ ଜୁବକ କୁ ଗୁରୁତର ଅବସ୍ଥାରେ ଉଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଜାଇ ଥିବା ବେଳେ, ଦୁର୍ଘଟଣା ଘଟାଇ ଥିବା ବୋଲର ଗାଡି ଦ୍ରୁତ ଗତି ରେ ପଳାଉ ଥିବା ସମୟରେ ଗାଡି ଟିକୁ ମୁଣ୍ଡାଳ ବଜାର ନିକଟରେ ଅଟକ ରଖା ଯାଇଥିବା ର ଦେଖା ଯାଇଛି l ଅନ୍ୟପଟେ ନାଉଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ବୋଲର ଗାଡିକୁ ଜବତ କରିବା ସହିତ ଡ୍ରାଇଭର କୁ ନିଜ ଆୟତ କୁ ନେଇଥିବାର ଦେଖା ଯାଇଛି l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *