ମାରାଥନ ଧ୍ଵଜ ଉତ୍ତୋଳନ କଲେ ମେୟର ସୁବାଷ ସିଂ

ମନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ଅଧ୍ୟକ୍ଷତାରେ, କଟକ ମହାନଗର ନିଗମ ଅଫିସ ଅନୁକୁଲ୍ୟରେ ବହୁ ଆଡମ୍ବର ଓ ଧୁମ ଧାମରେ ସ୍ବାଧୀନତା ଦିବସ ପାଳନ କରାଯାଇଥୁଲା, ଆଜିର ଏହି ଜାତୀୟ ଉତ୍ସବ ରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ କୁନି କୁନି ପିଲା, ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଧନା ଦେଇଥିଲେ . ଏହାସହିତ ବିଜୁ ଭବନ ରେ ଥ‌ିବା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପର୍ଶ କରିଥିଲେ। ପରେ ପରେ ବିଜୁପଟ୍ଟନାୟକ ଛକ ସ୍ତିତ ଇଲେକ୍ଟ୍ରି ଅଫିସ ଅନୁକୁଲ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଥିଲା ଏଠାରେ ମେୟର ଶ୍ରୀ ସିଂହ ଙ୍କ କରକମଳରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ଏହା ପରେ କଟକ ସମ୍ବାଦ ବିକ୍ରେତା ସଂଘ ଅନୁକୁଲ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଅଛି। କଟକ ସମାଜ ଅଫିସ ନିକଟରେ ସମ୍ବାଦ ବିକ୍ରେତା ସଂଘ, କଟକ ଆନୁକୁଲ୍ୟ ରେ ଆୟୋଜିତ ସ୍ବାଧୂନତା ଦିବସ ପାଳନ ଅବସରରେ ଶ୍ରୀ ସିଂହ ଙ୍କ ଦ୍ବାରା ଧ୍ଵଜ ଉତ୍ତୋଳନ କରିଥିଲେ। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହ ସମ୍ବାଦ ବିକ୍ରେତା ସଂଘ ର ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ଓ ବହୁମାତ୍ରାରେ ହକର ଭାଇ ମାନେ ଉପସ୍ଥିତ ଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *