ବିଧାୟକ ଙ୍କ ଦ୍ୱାରା ନୂତନ ସଭାଗୃହ ଉଦ୍ଘାଟନ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରୋଇ ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ରେ ବିଧାୟକ ଙ୍କ ଦ୍ୱାରା ନୂତନ ସଭାଗୃହ ଉଦ୍ଘାଟନ ଓ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ l ଆଜି ନାଉଗାଁ ବ୍ଲକ ଗାରୋଇ ରେ ଥିବା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ନବ ନିର୍ମିତ ହୋଇଥିବା ଏକ ସଭାଗୃହ କୁ ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଆଲୁମୁନିପ୍ରେସିଡେଣ୍ଟ ପବିତ୍ର ମୋହନ ବିଶ୍ୱଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉଦ୍ଘାଟନ ସମାରୋହ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ଦାସ ଯୋଗଦେଇ ଥିବା ବେଳେ ତାଙ୍କ ସହିତ ସମ୍ମାନିତ ଅତିଥି ରୂପେ ସ୍କୁଲ ର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ନାଉଗାଁ ବ୍ଲକ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ପାଢ଼ୀ, କୋରୁଅ ସରପଞ୍ଚ ସାନ୍ଧ୍ୟରାଣୀ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି, ନିଲୁରାମ ଜେନା ପୂର୍ବତନ ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ଅଧ୍ୟାପକ ଡକ୍ଟର ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲା l ତେବେ ପ୍ରଥମେ ମାନ୍ୟବର ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ରେପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା, ପରେପରେ ନବନିର୍ବାଚିତ ବିଧାୟକ ଶ୍ରୀ ଦାସ ଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବୋର୍ଦ୍ଧିତ କରାଯିବା ସହିତ ଦୁଇ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ମାନ୍ୟବର ବିଧାୟକ ଙ୍କ ପକ୍ଷରୁ ସମ୍ବୋର୍ଦ୍ଧିତ କରାଇ ନିଜର ଅଭିଭାଷଣ ମାଧ୍ୟ୍ୟମରେ ବିଧାୟକ ବିଦ୍ୟାଳୟ କତୃପକ୍ଷ ଓ ଆଲୁମୁନି କମିଟି ଙ୍କୁ ଏପରି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା ରୁ ଧନ୍ୟବାଦ ଦେବା ସହିତ ବିଦ୍ୟାଳୟ ର ଛାତ୍ର ଛତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତ ରେ ସଫଳଗାମୀ ହେବାକୁ ଉଦବୋଧନ ଦେଇଥିଲେ l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *