କଟକ ବ୍ୟାଡମିଣ୍ଟନ ପ୍ରୀମିୟର ଲିଗ୍ ଉଦଘାଟିତ ।


ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଆନୁକୁଲ୍ୟରେ ୨ ଦିନ ଧରି ଆୟୋଜିତ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା କଟକ ଗୋପାଳପୁର ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ପରେ ପରେ ପ୍ରଦୀପ ପ୍ରଜ୍ଵଳନ ଓ ଫିତା କାଟି ଖେଳ କୁ ଆରମ୍ଭ କରାଯାଇଥିଲା ।ପ୍ରଥମ ଦିନ ରେ ଅତିଥି ରୂପେ ଯୋଗଦାନ କରିଥିଲେ ସମାଜସେବୀ ଇଂ ପ୍ରଦୀପ ବେହେରା, ଶ୍ରୀହର୍ଷ ରାଉତରାୟ,ଗୁରୁ ଦାସ,ଗୌତମ ସ୍ୱାଇଁ, ସୁଧାଂଶୁ ପାତ୍ର ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । କଟକ ଜିଲ୍ଲା ର ୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ଅର୍ଗାନାଇଜର ହେଲେ ବିଶ୍ଵନାଥ ପରିଡ଼ା, ସମିର କୁମାର ନାୟକ, ସୁଜିତ୍ କୁମାର ସାମଲ, ସୌରଭ ମହାପାତ୍ର, ଅନିଲ ନାୟକ, ସୋପନ ସାସ୍ମଲ୍,ତପନ ଵରାଳ, ନିହାର ରଞ୍ଜନ ଦତ୍ତଓ ଅନ୍ୟ ବ୍ୟାଡମିଣ୍ଟନ ଖେଳାଳି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *