ମହିଳା ସ୍ଵାଧୀନତା ସଂଗ୍ରାମୀ ଶୀର୍ଷକ ଦୁଇ ଦିନିଆ ଜାତୀୟ କର୍ମଶାଳା ଓ ଆଲୋଚନା

ମହିଳା ସ୍ଵାଧୀନତା ସଂଗ୍ରାମୀ ଶୀର୍ଷକ ଦୁଇ ଦିନିଆ ଜାତୀୟ କର୍ମଶାଳା ଓ ଆଲୋଚନା ଚକ୍ର ଭାରତୀୟ ଇତିହାସ ଗବେଷଣା ପରିଷଦ ଆନୁକୁଲ୍ୟରେ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ଭାରତୀୟ ଇତିହାସ ଗବେଷଣା ପକ୍ଷରୁ ଡକ୍ଟର ପ୍ରବୀଣ କୁମାର ଶର୍ମା, ଡକ୍ଟର ବିନୋଦ କୁମାର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପୂର୍ବତନ ବିଭାଗୀୟ ପ୍ରଫେସର ଆର୍ ସି ମିଶ୍ର , ଜାତୀୟ ପ୍ରତିରକ୍ଷା ଏକାଡେମୀ ର ଅବସର ପ୍ରାପ୍ତ ପ୍ରଫେସର୍ ମିଶ୍ରଙ୍କର ତଥା ଭାରତୀୟ ଇତିହାସ ଗବେଷଣା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର୍ ହରିହର ପଣ୍ଡା ଅତିଥି ଭାବେ ଯୋଗଦେଇ ନାରୀ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଜାତୀୟ ଆନ୍ଦୋଳନ, ସାମାଜିକ ଉତ୍ଥାନ, ଓ ନାରୀ ଜାଗରଣ ପ୍ରତି ବିଶେଷ ଅବଦାନ ଉପରେ ଆଲୋକ ପାତ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର୍ ଅନୁଜା ମହାପାତ୍ର ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ଦୈତାରୀ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *