ରେଳ ଧାରଣାରେ କଟି ହାତୀ ଶାବକ ମୃତ୍ୟୁ


ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ରକ୍ସି ରେଲୱେ ସାଇଡିଙ୍ଗ ନିକଟରେ ଏକ ମାଲବାହି ଟ୍ରେନ ଧକ୍କାରେ ହାତୀ ଶାବକର ମୃତ୍ୟୁ ହୋଇଛି l ଶନିବାର ବିଳମ୍ବିତ ରାତିରେ ରକ୍ସି ରେଲୱେ ସାଇଡିଙ୍ଗରୁ ରାଉରକେଲା ଅଭିମୁଖେ ଯାଉଥିବା ମାଲବାହି ଟ୍ରେନ ଧକ୍କାରେ କ୍ଷତ ଭିକ୍ଷତ ହୋଇ ଛିଟିକି ପଡିଥିଲା l
ସେଠାରେ ଥିବା ମାଈ ହାତୀ ସମେତ ୮ ଟିକିଆ ହାତୀପଲ ହାତୀ ଶାବକକୁ
ଘୋସାରି ରେଳ ଧାରଣାରେ ରଖି ଟ୍ରେନ ଚଳାଚଳ ବନ୍ଧ କରିଥିବା ପରିଲେଖିତ ହୋଇଛି l ଖବରପାଇ ରେଲୱେ ପୋଲିସ ବାରସୁଆ ରେଞ୍ଜର, କୋଇଡା ରେଞ୍ଜର ଓ
ବଣେଇ ଡ଼ିଏଫଓ ଲୋହିତ କୁମାର ପାତ୍ର ଆର ସି ସି ଏଫ ପି ରାମାସ୍ୱାମୀ
ଏସି ଏଫ ସୁଶାନ୍ତ ଜେନା ଘଟଣା ସ୍ଥଳରେ ପହଞ୍ଚି ବହୁ ଚେଷ୍ଠା କରି ହାତୀ ପଲକୁ ଘଉଡ଼େଇବା ପରେ ହାତୀସବକର ବ୍ୟବଛେଦ କରି ଥିଲେ l

ନିଖୋଜ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *