ଗ୍ଲୋବାଲ ଇଣ୍ଡିଆନ ସ୍କୁଲ ଓ ଦୈନିକ ଖବରକାଗଜ ସମ୍ବାଦର ମିଳିତ ଆନୁକୁଲ୍ୟ ରେ ଏକ ରକ୍ତ ଦାନ ଶିବିର

ଗ୍ଲୋବାଲ ଇଣ୍ଡିଆନ ସ୍କୁଲ ଓ ଦୈନିକ ଖବରକାଗଜ ସମ୍ବାଦର ମିଳିତ ଆନୁକୁଲ୍ୟ ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ରକ୍ତ ଦାନ ଏକ ମହତ୍ ଦାନ । କୌଣସି ରୋଗୀ ର ରକ୍ତ ଅଭାବ ରୁ ଜୀବନ ନଯାଉ ସେଥିପାଇଁ ଏ ପ୍ରକାର ପ୍ରୟାସ । । ଗୋଟିଏ ରକ୍ତ ରେ ତିନୋଟି ଜୀବନ ବଞ୍ଚିବା ସହିତ ଅନ୍ୟ ମାନଙ୍କ ମୁଁହ ରେ ହସ ଫୁଟାଇବା କଥା କହିଛନ୍ତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ଶାସ୍ତ୍ରୀ । ପରିଶେଷରେ ୨୬୦ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗୃହୀତ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ ଚୌଦ୍ଵାର କଟକ ବିଧାୟକ ଶୌଭିକ୍ ବିଶ୍ଵାଳ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଡଃ ଇଂ ସମ୍ପତ୍ ଦାସ,ସମାଜସେବୀ ପ୍ରଦୋଷ ସ୍ବାଇଁ, ସମୀତା ସ୍ବାଇଁ ତଥା ଅଭିଭାବକ ଓ ଅନେକ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *