ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଚାରି ଗାଈ ମୃତ ଦୁଇ ଗାଈ ଗୁରୁତର।

କୋଇଡା : ଡ୍ରାଇଭରର ବେପାରୁଆ ନୀତି ଯୋଗୁ ଟ୍ରକ୍‌ ଚକା ତଳେ ଚାଲିଗଲା ୪ଟି ଗାଈର ଜୀବନ ଏବଂ ଦୁଇଟି ଗାଈ ଗୁରୁତର। କୋଇଡା ଥାନା ଅନ୍ତର୍ଗତ କାଦଡିହା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ମାଡ଼ିଦେଇ ଚାଲିଯିବାରୁ ୪ ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଦୁଇଟି ଗାଈ ଆହତ ହେଇଛନ୍ତି ଜୀବନ ସହ ସଂଗ୍ରାମ କରୁଛନ୍ତି।ଆଜି ସକାଳେ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଅନ୍ୟପଟେ ଗୋରୁ ମାଲିକଙ୍କ ପରିଚୟ ମିଳି ପାରିନାହିଁ।
ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର କୋଇଡା ଅଞ୍ଚଳରେ ଏପରି ଅମାନୁଷିକ ଘଟଣା ଘଟୁଥିବା ବେଳେ ଏଥି ପ୍ରତି କାହାର ଧ୍ୟାନ ନାହିଁ । ଗୃହପାଳିତ ପଶୁ ଓ ଗୋରୁ ପଲଙ୍କ ଅବାଧ ବିଚରଣ ଉପରେ ଧ୍ୟାନ ରଖା ଯାଉନଥିବା ବେଳେ ଅକାଳରେ ନିରୀହ ଗାଈଗୋରୁ ଓ ପଶୁଙ୍କ ଟ୍ରକ ଚକା ତଳେ ଜୀବନ ଯାଉଛି । ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବାରୁ କୋଇଡା ରୁ ଟେନସା ରାସ୍ତା ସମ୍ପୂର୍ଣ ବନ୍ଦ ହୋଇ ରହିଛି। ଯାହାଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଛିଡ଼ା ହୋଇଥିବା ଜଣାପଡିଛି।

ସୁନ୍ଦରଗଡ଼ କୋଇଡାରୁ ଜିଲ୍ଲା ପ୍ରତିନିଧି ନିଖୋଜ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *