୨୫ରେ ବସୁଧୈବ କୁଟୁମ୍ୱକମ ମିଶନ ପକ୍ଷରୁ ବିଶ୍ଵ ଏକତାର ନିରନ୍ତର ଅଭିଯାନ।


ଆଜିର ଆଧୁନିକ ସମାଜରେ ବିଜ୍ଞାନ, ସାହିତ୍ୟ ଓ ସାମାଜିକ ଅର୍ଥନୈତିକର ଅଗ୍ରଗତି ସତ୍ତ୍ୱେ ମଣିଷ ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପାଇପାରୁଥିବା ବେଳେ ଶାନ୍ତିରେ ଟିକେ ଜୀବନ ବିତାଇବା ପାଇଁ ବହୁ ସଂଘର୍ଷ କରୁଛି । କାରଣ ମଣିଷ ଭାବୁଛି ବିଜ୍ଞାନ ବଳରେ ଆକାଶରେ ଉଡ଼ିପାରୁଛି, ଗଭୀର ସମୁଦ୍ରରେ ବୁଡ଼ି ମୂଲ୍ୟବାନ ସାମୁଦ୍ରିକ ସାମଗ୍ରୀର ସନ୍ଧାନ କରିପାରୁଛି, ବିଦେଶରେ ଥିବା ମଣିଷଙ୍କ ସହିତ ନିମିସେକେ ମଧ୍ୟରେ ବହୁ ତଥ୍ୟର ଆଦାନ ପ୍ରଦାନ କରିପାରୁଛି । ଏତେମାତ୍ରରେ ଆଜିର ମଣିଷ ଅଗ୍ରଗତି କରିଛିଯେ, ଖାଲି ମୋ ପରିବାର ଏବଂ ମୋର ଘର ଭିତରେ ସୀମିତ ରହିଯାଇଛି । ବୃଦ୍ଧା ଅବସ୍ଥାରେ ପରିବାରରେ ବାପ ମାଙ୍କ ପାଇଁ ସମୟର ଅଭାବ କହି ବୃଦ୍ଧାଶ୍ରମରେ ନେଇ ଛାଡ଼ି ଦେବା ଘଟଣା ଅତ୍ୟନ୍ତ ଲଜ୍ଜକର ପରିସ୍ଥିତି ସୃଷ୍ଟି କରୁଛି । ଏସବୁ ଘଟଣାବଳୀକୁ ନେଇ ଅନୁଷ୍ଠାନ ପକ୍ଷରୁ ଏହାକୁ କିପରି ଗୋଟିଏ ସୂତ୍ରରେ ଏବଂ ଗୋଟିଏ ପରିବାରରେ ବାନ୍ଧି ହେବ ସେ ଦିଗରେ ଏକ ଅଭିଯାନ ଆରମ୍ଭ କରାଯାଇଛି । ଏହାକୁ ନେଇ ଆସନ୍ତା ୨୫ତାରିଖରେ ଅନୁଷ୍ଠାନର ବାର୍ଷିକ ମହାମିଳନ ଓ ୧୦୦ ତମ ମାସିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ମିଶନ ଓଡ଼ିଶା ପକ୍ଷରୁ ଲିଙ୍କରୋଡ ସ୍ଥିତ ଦି ଲିଙ୍କ ଆଇ ହସ୍ପିଟାଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାତା ସଭାପତି ଭାଗିରଥି ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଡ଼ଃ ଏସ କେ ଅଲ୍ଲୀ, ପରିଚାଳନା ସମ୍ପାଦକ ରୋଟାରୀଆନ ଆଲୋକ କୁମାର ସାହୁ, ପରିବେଶବିତ ଡ଼ଃ ଅର୍ଜୁନ ବିଶ୍ଵାଳଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *