ସରଳା ଦେବୀଙ୍କ ୧୨୦ତମ ଜୟନ୍ତୀ ସମାରୋହ

କଟକ ସାରଳା ଭବନଠାରେ ସରଳାଦେବୀ ସ୍ମୃତି ସଂସଦ ଆନୁକୁଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ପାଳନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା ଏବଂ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ସୁଲେଖିକା ରୁମ୍ ଝୁମ୍ ନାୟକ, ଅତିଥି ମାନଙ୍କୁ ଚରଖା ବିଣ୍ଡି ଓ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ କବିତା ମହାପାତ୍ର ଓ ଶୀଳ୍ପା ପାତ୍ର, ଏହି ଅବସରରେ ସଭାପତିତ୍ବ କରିଥିଲେ ଇଂ ଡକ୍ଟର ପ୍ରଭାକର ସ୍ବାଇଁ। ମୁଖ୍ୟ ଅତିଥି ଭାବରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ କହିଥିଲେ କି ତ୍ୟାଗ, ସଂଗ୍ରାମ ଓ ଉତ୍ସର୍ଗୀକୃତ ଅବଦାନ ସରଳା ଦେବୀଙ୍କ ଜୀବନର ଆଦର୍ଶ ଥିଲା ।ତାଙ୍କର କୃତି ଓ କୀର୍ତ୍ତି ସମକାଳର ପିଢ଼ି ନିମନ୍ତେ ଅନୁପ୍ରେରଣା ହୋଇ ରହିଥ‌ିବ । ଓଡ଼ିଶାର କତିପୟ ମହୀୟସୀ ମହିଳାଙ୍କ ମଧ୍ୟରେ ସେ ଅନନ୍ୟ ସ୍ଥାନ ଅଧିକାର କରିଛନ୍ତି । ସଂପାଦକୀୟ ବିବରଣୀ ପାଠ କରିଥିଲେ ଶ୍ରୀଯୁକ୍ତ ଲକ୍ଷ୍ମୀପ୍ରକାଶ ମହାପାତ୍ର, ସରଳା ଦେବୀ ସାରସ୍ୱତ ସମ୍ମାନ ଡାକ୍ତର ଜ୍ୟୋତିର୍ମୟୀ ସାହୁ ଓ ବାରବାଟୀ କଟକର ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରଦାନ କରାଯାଇଥିଲା। ମୁଖ୍ୟ ବକ୍ତାଭାବେ ପ୍ରଫେସର ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ,ସମ୍ମାନୀତ ଅତିଥିମାନେ ହେଲେ ସମ୍ବିତ ତ୍ରିପାଠୀ, ସ୍ମୃତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସରଳା ଦେବୀଙ୍କ ସ୍ମୃତିକୁ ମନେ ପକାଇଥିଲେ। ଆଜିର ନାରୀ ପୁରୁଷ ପ୍ରାଧାନ୍ୟ ଯୁଗରେ କେତେ ସୁରକ୍ଷିତ, ସେ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ। ସର୍ବ ଶେଷରେ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *