ଭୁବନ କାପୁଡିଆ ଓ ପାଟରା ସମାଜ ତରଫରୁ ଗହ୍ମାଃ ପର୍ବ ଓ ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳିତ ।

Bhuban Papu sahoo .

ଢେଙ୍କାନାଳ ଜିଲ୍ଲା ଭୁବନରେ ଭୁବନ କାପୁଡିଆ ଓ ପାଟରା ସମାଜ ତରଫରୁ ପବିତ୍ର ରକ୍ଷାବନ୍ଧନ ଗହ୍ମାଃ ପର୍ବ ଓ ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଭୁବନ ବେହେରା ସାହି ସ୍ଥିତ ଭୁବନ କାପୁଡିଆ ସମାଜ ଷାଠୀ ଘରେ ରୀତିନୀତି ଅନୁଯାୟୀ ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଧୁପ,ଦୀପ ଓ ହୋମ କରାଯାଇ ରକ୍ଷାବନ୍ଧନ ସରିବା ପରେ ଗୋ ପୂଜନ କରାଯାଇଥିଲା । ଏହା ପରେ ପୂଜ୍ୟପୂଜା ବରିଷ୍ଠ , କାପୁଡିଆ ସମାଜର ସମସ୍ତ ବେହେରା ଓ ପରିମାଣିକଙ୍କୁ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯିବା ପରେ ସଂକୀର୍ତନ, ବାଜା ସହିତ ପାରମ୍ପରିକ ଆଖଡ଼ା ନୃତ୍ୟ ସହିତ ପ୍ରଭୁ ବଳଦେବଜୀଉଙ୍କୁ ବିମାନରେ ନଗର ପରିକ୍ରମା କରାଯାଇଛି। ଏହି ଅବସରରେ କାପୁଡିଆ ସମାଜର ସମସ୍ତ ବରିଷ୍ଠ ଓ ଯୁବକ ମାନେ ଯାତ୍ରାରେ ସାମିଲ୍ ହୋଇଥିଲେ । ବିଶେଷ କରି ଚଳିତ ବର୍ଷ କାପୁଡିଆ ଯୁବକମାନଙ୍କର ମୂଖ୍ୟ ଭୁମିକା ରହିଥିଲା । ସେହିପରି ପୁର୍ବାହ୍ନ ରେ ଭୂବନ ପାଟରା ସମାଜ ତରଫରୁ ପାରମ୍ପରିକ ପାଟ ରାକ୍ଷୀ ଭୁବନ ର ପ୍ରଭୁ ତୃତୀୟାଦେବଜୀଉଙ୍କ ନିକଟରେ ଲାଗି କରାଯାଇଥିବା ବେଳେ ସଂଧ୍ୟାରେ ଏକ ସୁସଜ୍ଜିତ ବିମାନରେ ପ୍ରଭୁ ବଳଦେବଜୀଉଙ୍କୁ ଭୁବନ ବଡ଼ହାଟରୁ ଗୁଜୁରୀହାଟ ଦୂର୍ଗା ଛକ ଦେଇ ନଗର ପରିକ୍ରମା କରିଥିଲେ ।

Leave a Reply

Your email address will not be published. Required fields are marked *