ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାର୍ଯ୍ୟ ପ୍ରଦାନ ପାଇଁ ଧାରଣାରେ ବସିଲେ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ।

ଆର୍.ଜି.କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବିରେ
ବର୍ତ୍ତମାନ ସାରା ଦେଶରେ All India Residents and Junior Doctors’ Joint Action Forum ତରଫରୁ ସମସ୍ତ ମେଡିକାଲ କଲେଜରେ ଆନ୍ଦୋଳନ ଚାଲିଛି । ଏ ଆନ୍ଦୋଳନର ସମର୍ଥନରେ S.C.B Medical College Junior Doctors’ Association ତରଫରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଷଷ୍ଠ ଦିନ ରେ ପହଞ୍ଚିଛି । ତେବେ ରାଜ୍ୟ ସରକାର ତଥା ସ୍ବାସ୍ଥ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ବେଳେ ଆଜି ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ଏସ ସି ବି ଗସ୍ତ କରି ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ମୃତ ଛାତ୍ରୀଙ୍କୁ ନ୍ୟାର୍ଯ୍ୟ ପ୍ରଦାନ ପାଇଁ ନିଜେ ମଧ୍ୟ ଧାରଣା ରେ ବସିଥିଲେ। ଆନ୍ଦୋଳନକାରୀମାନେ ଆର୍.ଜି.କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସ୍ଵଚ୍ଛ ଓ ନିରପେକ୍ଷ ତଦନ୍ତ କରିବା ସହିତ ଅପରାଧରେ ସମ୍ପୃକ୍ତ ସମସ୍ତ ଅପରାଧିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଏହା ସହିତ S.C.B ର ଭିଭି ଭୂମିର ବିକାଶ କର ତଥା ମହିଳା ଡାକ୍ତରମାନଙ୍କ ରାତ୍ରିକାଳୀନ ଡ୍ୟୁଟି ସମୟରେ ସ୍ଵତନ୍ତ୍ର ସୁରକ୍ଷା ଦେବା ସହ ସମସ୍ତ ଡାକ୍ତର ଭୟଶୂନ୍ୟଭାବେ କାର୍ଯ୍ୟ କରିବା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *