ସୁନା ବ୍ୟବସୟୀ ଙ୍କୁ ଆକ୍ରମଣ

ଲାଲବାଗ ଥାନା ଅନ୍ତର୍ଗତ ଗଣେଷ ଘାଟରେ ସୁନା ବ୍ୟବସୟୀ ଙ୍କୁ ଆକ୍ରମଣ । ଲୁଟ ଉଦେଶ୍ୟ ରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ସୁନା ବ୍ୟବସାୟୀ ଜଣକ ଯାଜପୁର ଅଞ୍ଚଳର ବୋଲି ପ୍ରାଥମିକ ଭାବରେ ଜଣାପଡିଛି । ଦୁର୍ବୁତ୍ତ ମାନେ ଏକ ଲୁହା ରଡ଼ ରେ ବ୍ୟବସାୟୀ ଙ୍କ ବାମ ଗୋଡ଼ କୁ ଶକ୍ତ ଆଘାତ ଦେଇ ତାଙ୍କ ହାତରେ ଥିବା ସୁନା ଅଳଙ୍କାର ବ୍ୟାଗ କୁ ଛଡାଇ ନେଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ଲୁହା ରଡ଼ କୁ ପୋଲିସ୍ ଜବତ୍ କରିଥିବା ବେଳେ ଆହତ ସୁନା ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ କୁ ପଠା ଯାଇଛି।

Leave a Reply

Your email address will not be published. Required fields are marked *