ଏସସି,ଏସଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ବନ୍ଦ ଡାକରା ସଫଳ, ଦୋକାନ ବଜାର ବନ୍ଦ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ ଆଜି ଏସସିଏସ୍ଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି। ଏହି ଅବସରରେ ଏସସି ଏସଟି କମିଟିର ସମସ୍ତ ସଦସ୍ୟ ମାନେ ଏକ ବାଇକ ଶୋଭାଯାତ୍ରା ସହରରେ ପରିକ୍ରମା କରିଥିଲେ। କର୍ମକର୍ତ୍ତା ମାନେ ପ୍ରତି ଛକ ଏବଂ ମୁଖ୍ୟ ରାସ୍ତାରେ ପିକେଟିଙ୍ଗ ଜାରି ରଖିଥିଲେ।ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରଖିବାକୁ କୁହାଯାଇଥିଲା। ଦେଖିବାକୁ ମିଳି ଥିଲା ଯେ ଦଣ୍ଡପାଟ ଅଞ୍ଚଳ ରୁ ବେହେରା ଦୋକାନ ବଜାର , ପର୍ଲା ଦୋକାନ ବନ୍ଦ କରି ଧର୍ମଗଡ ବସଷ୍ଟାଣ୍ଡ ରୁ ବାହାରି ଧର୍ମଗଡ ରାଜ ରାସ୍ତା ରେ ବାଇକ୍ ରେଲି କରି ବାବା ଆମ୍ବେଦକର ଛକ ଠାରେ ବନ୍ଦ ପାଳନ ସାମିଲ ହୋଇ ଥିଲେ । ତେବେ ଗତ ଅଗଷ୍ଟ ୧ ଆ ତାରିଖରେ ସୁପ୍ରିମକୋର୍ଟ ଏସସି ଏସଟି ସଂରକ୍ଷଣ ବିରୁଦ୍ଧରେ ଯେଉଁ ରାୟ ଦେଇଥିଲେ ସେହି ରାୟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦ ଡାକରାରେ ଏସସି ଏସଟି କମିଟି ସଦସ୍ୟ ସମେତ ଶତାଧିକ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଧର୍ମଗଡ ରୁ ପ୍ରଦିପ ସେଠିଆ ଙ୍କ ରିପୋର୍ଟ ହର୍ଷିକା ମିଡିଆ

Leave a Reply

Your email address will not be published. Required fields are marked *