ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ।

ଆଜି ଦେଶ ବ୍ୟାପୀ 12 ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ଏହାର ପ୍ରଭାବ ମାଲକାନ ଗିରି ଜିଲ୍ଲା ରେ ମଧ୍ଯ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟ ଙ୍କ ଆଦିବାସୀ ଓ ହରିଜନ ସଂରକ୍ଷଣ କୁ ନେଇ ଶୁଣାଣି କରିଥିବା ରାୟ ପ୍ରତିବାଦ ରେ ଆଜି ଭାରତ ବନ୍ଦ ଆନ୍ଦୋଳନ ଜାରିରହିଛି। ସେହିଭଳି ମାଲକାନ ଗିରି ଜିଲ୍ଲା ରେ ମଧ୍ଯ ବନ୍ଦ ପାଳନ କରାଯାଇଛି ଏହାର ପ୍ରଭାବ ରେ ଜିଲ୍ଲାରେ ଗାଡି ମୋଟର,ଚଳାଚଳ ବନ୍ଦ ଥିବାବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ସମସ୍ତ ସରକାରୀ କାର୍ଯ୍ୟଳୟ ମଧ୍ଯ ବନ୍ଦ ଥିବାର ଦେଖିବାକୁ ମିଳିଛି।ଜିଲ୍ଲାରେ କେବଳ ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ସେବା କୁ ଛାଡିଦେଲେ ବାକି ସବୁ ସଂପୂର୍ଣ୍ଣ ରୁପେ ବନ୍ଦ ରହିଛି।ବିଭିନ୍ନ ସ୍ଥାନ ରେ ଆନ୍ଦୋଳନ କାରି ରାସ୍ତା ଅବରୋଧ କରିଥିବା ମଧ୍ଯ ଦେଖିବାକୁ ମିଳିଛି ଜିଲ୍ଲାର ସାତଗୋଟି ବ୍ଳକ ସଂପୂର୍ଣ୍ଣ ବନ୍ଦ ରହିଥିବା ରୁ ଅନେକ ଯାତ୍ରି ମାନେ ମଧ୍ଯ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଛନ୍ତି ସୁପ୍ରିମକୋର୍ଟ ଏବଂ ଭାରତ ସରକାର ପୁନର ବିଚାର କରି ଏହାର ସମାଧାନ କରନ୍ତୁ ବୋଲି ଆନ୍ଦୋଳନ କାରି ମତ ରଖିଛନ୍ତି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *