ଭାଜପା ସଂଗଠନର ନବ କଳେବର ପାଇଁ ସଂଗଠନ ପର୍ବ-୨୦୨୪

ଭାଜପା ସଂଗଠନର ନବ କଳେବର ପାଇଁ ସଂଗଠନ ପର୍ବ-୨୦୨୪ ଲାଗି ସଦସ୍ୟତା ସଂଗ୍ରହ ଅଭିଯାନ ଆସନ୍ତା ସେପ୍ଟେମ୍ବର ପ୍ରଥମ ଦିନରୁ ମାନନୀୟ ପ୍ରଧାନମନ୍ତ୍ରୀ ସଦସ୍ୟତା ଗ୍ରହଣ କରି ଶୁଭ ଉଦଘାଟନ କରିବେ। ଓଡ଼ିଶାରେ ତଥା କଟକରେ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟ ସଂଗଠିତ ଓ ଶୃଙ୍ଖଳିତ ଉପାୟରେ ଆରମ୍ଭ କରା ଯାଇଛି । ଏଥିଲାଗି କେନ୍ଦ୍ର ଓ ରାଜ୍ୟରେ କର୍ମଶାଳା ହୋଇସାରିଛି। ଏହି ପରିପେଖୀରେ ଭାଜପା, କଟକ ନଗର ଜ଼ିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତା ରେ ରାଜ୍ୟର ପ୍ରଥମ କର୍ମଶାଳା କଟକ,ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ପ୍ରଶିକ୍ଷକ ଭାବେ ବରିଷ୍ଠ ନେତା ଶ୍ରୀ ସୁଦୀପ୍ତ ରା଼ୟ ଓ ସୁଶ୍ରୀ ସୁକେଶୀ ଓରାମ ଙ୍କ ସହିତ ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ତଥା ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *