ଦେବୀ ନଦୀରୁ ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର

ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତ ଦେବୀଦୋଳ ସେତୁ ନିକଟରୁ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଷୋମବାର ସକାଳୁ ଦେବୀଦୋଳ ନିକଟସ୍ଥ ବିଜୁ ସେତୁ ନିକଟରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ନାଉଗାଁ ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ସଂଘମିତ୍ରା ନାୟକ ଘଟଣାସ୍ଥଳରେ ପହଁଚିବା ସହିତ ନାଉଗାଁ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସହାୟତାରେ ଶବଟିକୁ ନଦୀରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକତ୍ସାଳୟକୁ ପଠାଇଥିଲେ। ଶବଟି ପଚି ଯାଇଥିବା କାରଣରୁ ଚିହ୍ନଟ ହୋଇପାରିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *