ଉଛୁଳା ନଦୀରେ ମୋଟର ସାଇକେଲ ପାର କରୁଥିବାବେଳେ ଭାସିଯାଇ ଥିଲେ ପାଞ୍ଚ ଯୁବକ

ମାଲକାନ ଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ପଣସପୁଟ ଠାରୁ ଜଲାପୁଟ ମୂଖ୍ଯ ରାସ୍ତାର ମଝିରେ ପ୍ରାୟ 30 କିଲୋମିଟର ଆନ୍ଧ୍ର ଭିତରେ ଦେଇ ଯିବାକୁ ପଡେ ସେହି ରାସ୍ତାରେ ଆଲୁରୁ ସିତାରାମ ରାଜୁ ଜିଲ୍ଲାର ବିରିଗୁଡା ନାମକ ଏକ ଗ୍ରାମ ନିକଟରେ ବହିଯାଉ ଥିବା ନଦୀ ରେ ପୋଲ ନ ଥିବା କାରଣ ରୁ ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ଆଜି ସକାଳୁ ଜଣେ ଯାତ୍ରୀଙ୍କ ମୋଟର ସାଇକେଲ ପାର କରୁଥିବା ସମୟ ରେ ହଠାତ ବିରିଗୁଡା ଗ୍ରାମ ର ପାଞ୍ଚ ଜଣ ଯୁବକ ମୋଟର ସାଇକେଲ ସହ ପାଣିରେ ଭାସିଯାଇ ଥିଲେ କିନ୍ତୁ ଭାଗ୍ୟବସତ କିଛି ଦୂର ପାଣିରେ ଭାସିଯାଇ ମଧ୍ଯ କୌଶଳ କରି ମୋଟର ସାଇକେଲ ସହ ସମସ୍ତେ ସୁରକ୍ଷାର ସହ କୂଳକୁ ବାହାରି ଥିଲେ ଆଜକୁ ଦିର୍ଘଦିନ ଧରି ସେଇ ନଦୀରେ ପୋଲ ନିର୍ମାଣ କାମ ଚାଲୁଥିଲେ ମଧ୍ଯ ତାହା ସଂପୂର୍ଣ୍ଣ ହୋଇ ପାରୁନାହିଁ ଯାହାଫଳରେ କି କିଛି ପୋଇସା ପାଇବା ଆଶାରେ ସ୍ଥାନୀୟ ଯୁବକ ମାନେ ମରଣ ସହିତ ଲଢି ମଧ୍ଯ ଏଭଳି ଭାବରେ ନଦୀରେ ଲୋକଙ୍କୁ ପାର କରିବା ସହ ମୋଟର ସାଇକେଲ ଗୁଡିକ ପାର କରୁଛନ୍ତି କେବେ ଏହାର ସମାଧାନ ହେବ ତାହା ଦେଖିବାର ବାକି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *