ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବ ତାଳ ଗଛ।

ଦିନକୁ ଦିନ କଳ କାରଖାନା, ଗାଡ଼ି ମୋଟର ବୃଦ୍ଧି ହେତୁ ଯେଉଁ ଭଳି ଭାବେ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଉଛି ସେଥିରେ ପରିବେଶ ପ୍ରଦୂଷିତ ହେଇ ନାନା ରୋଗ ବ୍ୟାପୁଛି। ଏଥିରୁ ରକ୍ଷା ପାଇବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ଆବଶ୍ୟକ।ଗଛ ହିଁ ଆମକୁ ଅମ୍ଳଜାନ ଯୋଗାଇବା ସହିତ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବ। ବିଭିନ୍ନ ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା, ବାତ୍ୟା ଭଳି ପରିସ୍ଥିତି ଉପୁଜି ଥାଏ। ଏଥିରୁ ରକ୍ଷା ନିମନ୍ତେଏକ ସାମାଜିକ ସଂଗଠନ ପକ୍ଷରୁ ବିଭିନ୍ନ ସମୁଦ୍ର କୂଳିଆ ଅଞ୍ଚଳରେ ପୂର୍ବରୁ ତାଳ ମଞ୍ଜି ପୋତା ଯାଇଥିବା ବେଳେ ଆଜି କାଠ ଯୋଡ଼ି ନଦୀ କୁଳ ରେ ପ୍ରଥମ କରି ପୋତାଯାଇଛି ତାଳ ମଞ୍ଜି।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *