କଟକ ସି ଡି ଏ ସେକ୍ଟର -୯ ରେ ଖୋଲିଲା ମୀନା ବଜାର

ଶିରିଡ଼ି ସାଇବାବା ଏଣ୍ଟରପ୍ରାଇସର୍ସ ଆନୁକୁଲ୍ୟରେ ଲୋକମାନଙ୍କ ମନୋରଞ୍ଜନ ପାଇଁ ଏହି ମିନା ବଜାର ଟି ଖୋଲା ଯାଇଛି। ସାଧାରଣତଃ ସି ଡି ଏ ଭଳି ଏକ ଜନ ବହୁଳ ସ୍ଥାନରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନେ କିପରି ମନୋରଞ୍ଜନ ପ୍ରକୃତ ସୁବିଧା ପାଇବେ ସେଥି ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି ବୋଲି କର୍ପୋରେଟର ପ୍ରିୟମ୍ବଦା ମହାନ୍ତି ପ୍ରକାଶ କରିଛନ୍ତି। ତେବେ ଦୀର୍ଘ ଏକ ମାସ ଧରି ଏହି ମିନା ବଜାର ଚାଲିବ। ଆଜି ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଭିନେତା ଶ୍ରୀତମ ଦାସ, ସ୍ଥାନୀୟ କର୍ପୋରେଟର ପ୍ରିୟମ୍ବଦା ମହାନ୍ତି, ହିନ୍ଦୁ ସେନା ରାଜ୍ୟ ସଭାପତି ଦେବାଶିଷ ରାଉତ ଉପସ୍ଥିତ ଥିଲେ। ଥଣ୍ଡା ପାଗରେ ଗରମ ଗରମ ମଥୁରା କେକ୍, ଲଙ୍କା ଚପ୍ ଖାଇବାର ମଜା ତା ଛଡା ହସ୍ତ ତନ୍ତ କଳାରେ ତିଆରି ଭଳିକି ଭଳି ଜିନିଷ ସାଙ୍ଗକୁ ରାମ ଦୋଳି, ବ୍ରେକ ଡାନ୍ସ, ଡଙ୍ଗା ଦୋଳି, ଡ୍ରାଗନ୍ ଟ୍ରେନ ଭାଇଚାରା ସହର କଟକରେ ସମ୍ପୂର୍ଣ ମନୋରଞ୍ଜନ ଯୋଗାଇ ପାରିବ ବୋଲି ଆୟୋଜକ ଅଭିଷେକ ଜେନା ପ୍ରକାଶ କରିଛନ୍ତି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *