କର୍ମଚାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା କମ୍ପାନୀ

କଟକ ଆଠଗଡ଼ ଖୁଣ୍ଟୁଣୀ ସ୍ଥିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘର ଦୀର୍ଘ ପଚାଶ ଦିନ ଧରି କମ୍ପାନୀ ସମ୍ମୁଖରେ ଦୀର୍ଘଦିନ ଧରି ଚଳାଇଥିବା ଆନ୍ଦୋଳନ ସଫଳ ହୋଇଛି । ଯାହା ଫଳରେ ଆଜି ଦୀର୍ଘ ପଚାସ ଦିନର ଆନ୍ଦୋଳନ ପ୍ରତ୍ୟାହାର କରିନିଅଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳ କର୍ମଚାରୀ ମାନଙ୍କର ଦାବିକୁ ଗ୍ରହଣ କରି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଆନ୍ଦୋଳନ ର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ ସରକାରଙ୍କର ହସ୍ତକ୍ଷେପ ଫଳରେ କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କର ସମସ୍ତ ଦାବି ମାନିନେଇ ଛଟେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଏବଂ ସେମାନଙ୍କ ର ବକେୟା ପ୍ରାପ୍ୟକୁ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘ ପକ୍ଷରୁ ବକ୍ସି ବଜ଼ାର ସ୍ଥିତ ପାନ୍ଥ ନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସଭାପତି ବାଦଲ ମହାରଣା, ରାଜ୍ୟ କର୍ମକର୍ତ୍ତା ବସନ୍ତ କୁମାର ସାହୁ,ରାଜ୍ୟ ଉପସଭାପତି ତଥା ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘର ସଭାପତି ଶାନ୍ତନୁ କୁମାର ମହାପାତ୍ର, ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧକ୍ଷ ଶ୍ରୀକାନ୍ତ କୁମାର ସାହୁ ଏବଂ ପ୍ରାୟ ୧୦୦ରୁ ଉର୍ଦ୍ଧ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *