ମାଲକାନ ଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ।

ମାଲକାନଗିରି ଜିଲ୍ଲାରେ
ଠାବ ହେଲା ବଡ ଧରଣର ମାଓ ଡମ୍ପ । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଜଙ୍ଗଲରେ କୁମିଂ ଅପରେସନ କରୁଥିବା ସମୟରେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି 142 ବାଟାଲିଆନର ବିଏସଏଫ ଜବାନ । ବିଏସଏଫ ବାହିନୀ ଆଜି ସକାଳେ ଏରିଆ ଡମିନେସନ କରିବା ଲାଗି ଭେଜାଙ୍ଗିୱାଡା ଜଙ୍ଗଲକୁ ଯାଇଥିଲେ । ଦୟାଳତୂଙ୍ଗ ଗାଁ ପାଖରେ ଥିବା ଏକ ଗୁମ୍ଫା ଭିତରେ ତଲାସୀ କରିବା ବେଳେ ମାଓବାଦୀଙ୍କ ଏକ ଡମ୍ପ ଜବାନଙ୍କ ହାତରେ ଲାଗିଥିଲା । ଡମ୍ପ ଭିତରେ ଦୁଇଟି ଲେଣ୍ଡମାଇନ, 62 ଟି ଜିଲୋଟିନ ଷ୍ଟିକ୍, ବେଟେରୀ, ବିଦ୍ଯୁତ ତାର, ସୋଲାର ପେନାଲ, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଥିଲା । ଲେଣ୍ଡମାଇନ ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଏକାଠି କରିଥିଲେ ବୋଲି ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

ମାଲକାନ ଗିରି ଜିଲ୍ଳା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *