କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ

କଟକ ଉନ୍ନୟନ କର୍ତ୍ତୃପକ୍ଷ
(ସିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଲିଙ୍କରୋଡସ୍ଥିତ
ନିଶାମଣି କନଭେକ୍ସନରେ ପାଳିତ ହୋଇଯାଇଛି । ମୁଖ୍ୟ
ଅତିଥ୍ୟ ଭାବେ ମେୟର ସୁବାସ ସିଂହ ଯୋଗଦେଇ
ଆସନ୍ତା କିଛି ବର୍ଷ ମଧ୍ୟରେ କଟକ ନୂଆ ରୂପ
ନେବାକୁ ଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ
ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନତି ଘଟୁଛି ବୋଲି
କହିଥିଲେ। ମୁଖ୍ୟବକ୍ତା ଭାବେ ଚୌଦ୍ବାର କଟକ
ବିଧାୟକ ସୌଭିକ ବିଶ୍ବାଳ ତାଳଦଣ୍ଡା କେନାଲ୍ ଓ
ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପାଇଁ ସିଡିଏକୁ
ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥ୍ୟ ବାରବାଟୀ
ବିଧାୟିକା ଇଂ ସୋଫିଆ ଫିର୍ଦେସ ସହରର
ଉନ୍ନତିରେ ସିଏମ୍‌ସି ଭଳି ସିଡିଏ ଗୁରୁତ୍ବପୂର୍ଣ୍ଣ ଭୂମିକା
ରହିଛି ବୋଲି କହିଥିଲେ। ଏହାସହ ସିଡିଏ
କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ସହରର ଉନ୍ନତି ସମେତ
ମହାନଦୀ କୂଳରେ ଏକ ପର୍ଯ୍ୟଟନ କେନ୍ଦ୍ର ସଦୃଶ
କରିବାକୁ ପରାମର୍ଶ ଦେଇଥିଲେ। ଏହାସହ
ଅନ୍ୟତମ ଅତିଥ୍‌ କଟକ ସଦର ବିଧାୟକ ପ୍ରକାଶ
ଚନ୍ଦ୍ର ସେଠୀ ସିଡିଏ ଅନାବଶ୍ୟକ ଜାଗାକୁ ମଧ୍ୟ ଏକ
ଆବଶ୍ୟକୀୟ ସ୍ଥାନ କରିବାରେ ନିଜର ପାରଦର୍ଶିତା
ଦେଖାଇପାରେ ବୋଲି ପ୍ରଶଂସା କରିଥିଲେ । ସିଡିଏ
ଉପାଧ୍ୟକ୍ଷ ତଥା କମିସନର ଅନାମ ଚରଣ ପାତ୍ରଙ୍କ
ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନଗର
ଯନ୍ତ୍ରୀ ଇଂ ଅତନୁ ସାମନ୍ତ ଧନ୍ୟବାଦ ଦେଇଥିଲେ ।
ସିଡିଏ କର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ
ବିଜୟ ଭୂଷଣ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *