ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣୀ।


ଆଗାମୀ ପାର୍ବଣ ଋତୁ କୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏକ ସଚେତନତା ଗୀତ ରିଲିଜ୍ କରାଯାଇଛି। ଜନ ସାଧାରଣଙ୍କୁ ଏହି ଗୀତ ମାଧ୍ୟମରେ ନିଶାମୁକ୍ତ ଭସାଣି ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏ ସି ପି କୃଷ୍ଣ ଚନ୍ଦ୍ର ସେଠୀ ଏହାକୁ ରଚନା କରିଥିବା ବେଳେ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ନିଜ ସୁମଧୁର କଣ୍ଠ ରେ ଗୀତ ଗାନ କରି ପ୍ରଶଂସା ସାଉଁଟି ଥିବା ଏହି ଅଫିସର ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ ଙ୍କୁ ସାଥୀ କରି ଏହି ଗୀତ କୁ ମଧ୍ୟ ଗାନ କରିଛନ୍ତି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *