ଅର୍ଥ ସାଜିଛି ବାଧକ ତାମିଲନାଡୁରେ ପଡ଼ି ରହିଛି ଦାଦନ ଶ୍ରମିକଙ୍କ ମୃତଦେହ



କଳାହାଣ୍ଡି ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି । ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ । ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ସେଠାରେ ଅନେକଙ୍କ ମୃତ୍ୟୁ ହେଉଥିବାବେଳେ , ଏବେ ବି ଅନେକଙ୍କ ପତ୍ତା ମିଳୁ ନାହିଁ। ପୁଣି ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ । ସୂଚନା ଅନୁଯାୟୀ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଖବାହାଲି ପଞ୍ଚାୟତର ଦୋରାସାର୍ଲି ଗାଁର ସହଦେବ ହରିଜନ ଗତ ଗୋଟିଏ ବର୍ଷ ତଳେ ପରିବାର ପ୍ରତିପୋଷଣ କରିବା ପାଇଁ ତାମିଲନାଡୁର ତ୍ରିପୁରାକୁ ଯାଇଥିଲେ । ସେଠାରେ ସେ ବିଜୟ ବ୍ଲୁ ମେଟାଲ ନାମକ ଏକ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ ଅନେକ ସମୟରେ ନିଜର ଏକମାତ୍ର ସାନ ଭାଇକୁ ଟଙ୍କା ମଧ୍ୟ ପଠାଉଥିଲେ ହେଲେ ହଠାତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଖବର ତାଙ୍କ ସାନ ଭାଇ ସମୀର ହରିଜନ ନିକଟକୁ ଆସିଥିଲା। କେଉଁ କାରଣରୁ ବଡ ଭାଇର ମୃତୁ ହୋଇଛି ସେନେଇ ସାନ ଭାଇ ସମୀର ସାଙ୍ଗରେ ଯାଇଥିବା ସାଥୀ ଶ୍ରମିକଙ୍କୁ ପଚାରିବା ପରେ ମଧ୍ୟ କୌଣସି ଉତ୍ତର ପାଇନଥିଲେ। ପରେ ଏନେଇ ନିଜର ଜଣେ ସମ୍ପର୍କୀୟ ଭାଇଙ୍କୁ ମୃତଦେହ ଫେରାଇ ଆଣିବା ପାଈଁ ପଠାଇଥିଲେ। ହେଲେ ସଂପୃକ୍ତ କମ୍ପାନୀ ମାଲିକ ମୃତଦେହ ଆଣିବା କୌଣସି ସାହାଯ୍ୟ କରିବା ପାଇଁ ମନା କରି ଦେଇଥିବା ବେଳେ , ଗରିବ ସାନ ଭାଇ ସମୀର ହରିଜନ ନିକଟସ୍ତ ବିଜେପୁର ଥାନାରେ ଅଭିଯୋଗ କରିବା ପରେ କୌଣସି ସୁଫଳ ନମିଳିବାରୁ ଶେଷରେ ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରୀ ସହାୟତା ମଧ୍ୟରେ ମୃତ ଦାଦନ ଶ୍ରମିକଙ୍କ ମରଶରୀର ନିଜ ଗାଁ କୁ ଫେରାଇ ଆଣିବା ପାଇଁ ନେହୁରା ହୋଇଥିବା ବେଳେ , ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ ଙ୍କୁ ପଚାରିବାରୁ ସେ ସଂପୃକ୍ତ କମ୍ପାନୀ ମାଲିକ ଓ ସ୍ଥାନୀୟ ପୋଲିସ ସହିତ ଆଲୋଚନା କରିଥିବା ବେଳେ , ସମସ୍ତ ଖର୍ଚା ଓ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଆମର ଖବର ପ୍ରସାରଣ ପରେ ପ୍ରଶାସନ କିଭଳି ସହଯୋଗର ହାତ ବଢ଼ାଉଛି ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲାରୁ ଭଦ୍ରାଞ୍ଚଲ୍ ନାୟକଙ୍କ ରିପୋର୍ଟ ହର୍ଶିକା ମିଡ଼ିଆ ।

Leave a Reply

Your email address will not be published. Required fields are marked *