ସୁଭଦ୍ରା ଯୋଜନା ପାଇଁ ଆଧାର ଅପଡେଟକୁ ନେଇ ଧାଡ଼ିରେ ଜୋତା, ହଟହଟା ସାଧାରଣ

ରାଜ୍ଯରେ ନୂଆ ସରକାର ଲାଗୁ କରିଛନ୍ତି ଯୋଜନା, ଏଥିପାଇଁ ଗାଁ ରୁ ନେଇ ସହରରେ ଦେଖିବାକୁ ମିଳିଛି ଉତ୍ସାହ, ମାତ୍ର ଏହି ଉତ୍ସାହ ରେ ପାଣି ପକାଇ ଦେଇଚି ଆଧାର କାର୍ଡ l ଆଜି ଆଧାର କେନ୍ଦ୍ର ଆଗରେ ଧାଡ଼ିରେ ଜୋତା ଦେଖିବାକୁ ମିଳିଛି। ଆଧାର ଅପଡେଟ ପାଇଁ ମହିଳା ମାନେ ହଟହଟା ହେଉଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୧୮(ଅଠର) ଗୋଟି ପଞ୍ଚାୟତରୁ ମହିଳା ମାନଙ୍କର ଭୁବନ ବ୍ଲକ ଆଧାର କାର୍ଯ୍ୟାଳୟରେ ସକାଳୁ ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଧାଡ଼ିରେ ଅଧିକ ସମୟ ଠିଆ ହୋଇ ନପାରି ନିଜ ନିଜ ଜୋତା ରଖି ଲାଇନରେ ରହିଛନ୍ତି ହଜାର ହଜାର ମହିଳ। ସରକାର ଆଣିଛନ୍ତି ସୁଭଦ୍ରା ଯୋଜନା ,ପ୍ରଣୟନ କରିଛନ୍ତି ନୂତନ ନିୟମ, ଅନ୍ୟପଟେ ରାସନ୍ କାର୍ଡ ଧାରୀ ଇ- କେୱାଇସି(e-kyc) କରିବାକୁ ବାଧ୍ୟ । ହେଲେ କାହାର ଟିପ ଚିହ୍ନ କାମ କରୁନାହି , ତ କାହାର ଆଖି ସ୍କାନ ହୋଇ ପାରୁନାହିଁ ଏମିତିକି କାହାର ଆଧାର କାର୍ଡ ସହିତ ମୋବାଇଲ ନମ୍ୱର୍ ସଂଯୋଗିକରଣ ହୋଇନାହିଁ ଅବା କଟିଯାଇଛି ।ଯାହାକୁ ଅପଡେଟ କରିବା ପାଇଁ ଆଜି ଭୁବନ ବ୍ଲକ ଓ ଏନ୍ଏସି ପରିସର ମଧ୍ୟରେ ପ୍ରବଳ ଖରାରେ ମହିଳା , ଛୋଟ ଛୁଆଙ୍କୁ ଧରି ନାହିଁ ନଥିବା ହଟହଟା ହେଉଥିବା ଦେଖିବାକୁ ମିଳିଛି । ଦେହ ଖରାପ ଥିବାରୁ କାହାର ମୁଣ୍ଡ ବୁଲାଉଛି ତ କିଏ ଛୋଟ ଛୁଆଙ୍କୁ ଧରି ଧାଡ଼ିରେ ଠିଆ ହୋଇଛି, ଏମିତିକି ଦିବ୍ୟାଙ୍କ ମଧ୍ୟ ଏହି ହଟହଟାରୁ ବାଦ୍ ପଡ଼ିନାହାନ୍ତି। ଏହିଭଳି ପରିସ୍ଥିତି ପରେ ଦାଉ ସାଦିଛି ବିଦ୍ୟୁତ୍ ବିଭାଗ । ଦିନ ୧୧ ଟା ସମୟ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ଆଧାର ସଂଶୋଧନ କାର୍ଯ୍ୟାଳୟରେ । ଯାହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏତେ ସଂଖ୍ୟକ ଲୋକ ଏକକାଳୀନ ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇଥିବା ବେଳେ ପ୍ରଶାସନ ତରଫରୁ ମହିଳା ମାନଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ କୋୖଣସି ବ୍ୟବସ୍ଥା କରାଯାଇନାହିଁ । ଗଣମାଧ୍ଯମ ର ଦୃଷ୍ଟି ଆକର୍ଷଣ ପରେ ବିଡିଓ କଲ୍ଯାଣ ସୌରଭ ଦାସ ଆସନ୍ତାକାଲିଠାରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ରେ କିଛି ଆଧାର ସେଣ୍ଟର ଖୋଲିବାକୁ ସୂଚନା ଦେଇଛନ୍ତି l

Bhuban /Papu sahoo

Leave a Reply

Your email address will not be published. Required fields are marked *