ଆଜି ବି ଅବହେଳିତ ଆମ ଗାଁ ସ୍କୁଲ୍।

ରାଜ୍ୟ ସରକାର ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ରେ ଉନ୍ନତି ଆଣିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଥିବା ବେଳେ ଏବେ ବି ଅବହେଳିତ ଅବସ୍ଥାରେ ୫୫ନଂ ୱାର୍ଡ ର କଂହେଇପୂର୍ ପ୍ରାଥମିକ ବିଦ୍ୟାଳୟ। ନା ଠିକ୍ ସେ କ୍ଲାସ୍ ରୁମ୍ ଅଛି, ନା ପିଲାମାନେ ନିୟମିତ ଭାବେ ପାଠ ପଢିବାକୁ ସ୍କୁଲ୍ ଆସୁଛନ୍ତି। କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ଛାତରୁ ପାଣି ଗଳୁଛି। ଏମିତି ପରିସ୍ଥିତି ରେ ପିଲାମାନେ ପାଠ ପଢି ପାରୁ ନାହାନ୍ତି। ଅଭିଭାବକ ମାନେ ଏହି ସ୍କୁଲ୍ କୁ ଅସୁରକ୍ଷିତ ମଣୁଛନ୍ତି ଯେଉଁଥିପାଇଁ ନିଜ ପିଲାଙ୍କୁ ସ୍କୁଲ୍ ଛାଡ଼ୁ ନାହାନ୍ତି। କିଛି ମୁଷ୍ଟିମେୟ ଲୋକଙ୍କ ଅଧୀନରେ ସ୍କୁଲ୍ ଟି ଚାଲୁଥିବା ଦେଖିବାକୁ ମିଳିଛି।ତେବେ ସ୍କୁଲ୍ ପରିସରରେ କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡାଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ଆବଶ୍ୟକୀୟ ସହଯୋଗ ମିଳୁନଥିବା ବେଳେ ଏହାକୁ ସାଧାରଣ ରେ ନିନ୍ଦା କରାଯାଇଛି।ତେବେ ୱାର୍ଡ କର୍ପୋରେଟର ଅଚାନକ ପରିଦର୍ଶନ କରି ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଛନ୍ତି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *