ସୀମା ନିର୍ଦ୍ଧାରଣକୁ ନେଇ ବିବାଦ।

ସୀମା ନିର୍ଦ୍ଧାରଣ ଓ ଗୋଟି ଏ ୱାର୍ଡର
ସମସ୍ୟାକୁ ନେଇ ଅନ୍ୟ ୱାର୍ଡର
ନାମରେ ନିର୍ଦ୍ଦିଷ୍ଟ କେତକ
ଗଣମାଧ୍ଯମର ପ୍ରତି ନିଧି ଙ୍କ
ଗଣମାଧ୍ୟମରେ ଖବର ପ୍ରକାଶନକୁ
ନେଇ କଟକ ମହାନଗର ନିଗମ
ଅନ୍ତର୍ଗତ ୫୫ ନଂ ଓ୍ବାର୍ଡ ର
କର୍ପୋରେଟର ବିଶ୍ଵ ବନ୍ଦିତା ପଣ୍ଡା
ଏହାକୁ ଦୃଢ଼ ନିନ୍ଦା କରିବା ସହ
ଖବରର ସତ୍ୟାସତ୍ୟକୁ
ଲୋକଲୋଚନକୁ ଆଣିବା ନିମନ୍ତେ
ବିଦ୍ୟାଧରପୁର ସ୍ଥିତ ଗୋଷ୍ଠୀ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ଗତ କିଛିଦିନ
ପୂର୍ବରୁ ୫୪ନଂ ୱାର୍ଡରେ ରାସ୍ତାର
ଦୂରବସ୍ଥା ଏବଂ ଗେଲ ଇଣ୍ଡିଆର
କାର୍ଯ୍ୟ ପାଇଁ ଖୋଳା ଯାଇଥିବା ରାସ୍ତାର
ସମସ୍ୟାକୁ ନେଇ ଖବର ଉପସ୍ଥାପନା
ନିମନ୍ତେ ନିର୍ଦ୍ଦିଷ୍ଟ କେତକ ଗଣମାଧ୍ୟମର
ପ୍ରତିନିଧୁମାନେ ତାଙ୍କ ଗଣମାଧ୍ୟମରେ
୫୪ନଂ ୱାର୍ଡର ସମସ୍ୟା ବଦଳରେ ଉଦ୍ଦେଶ୍ୟମୂଳକ ଭାବେ ୫୫ନଂ ୱାର୍ଡ ଲେଖୁ କରି ଖବର ପ୍ରକାଶନ କରିଥିଲେ । ଯାହାକି ୫୫ନଂ ୱାର୍ଡ କର୍ପୋରେଟରଙ୍କୁ ବଦନାମ କରିବା ପାଇଁ ଏହା ମୂଳ ଉଦ୍ଦେଶ୍ୟ ଅଟେ ବୋଲି ଅଭିଯୋଗ ଆଣିଛନ୍ତି ଖୋଦ୍ କର୍ପୋରେଟର ବିଶ୍ଵ ବନ୍ଦିତା ।ତେଣୁ ଏଭଳି ଏକତରଫା ଖବର ନଛାପି ତାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ
ଗଣମାଧ୍ୟମର ପ୍ରତିନିଧ‌ିଙ୍କୁ କହିଥିଲେ
କର୍ପୋରେଟର ବିଶ୍ଵବନ୍ଦିତା । ଏହି
କାର୍ଯ୍ୟକ୍ରମରେ ସାହି ମୁରବୀ ଶରତ ଚନ୍ଦ୍ର
ପଣ୍ଡା, ନାରୀନେତ୍ରୀ ମିନତୀ ପ୍ରଧାନ ଏବଂ
ସବିତା ସାହୁଙ୍କ ସମେତ ବହୁ ମୁରବୀ ଓ
ମହିଳାମାନେ ଉପସ୍ଥିତ ଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *