ବନ୍ଧକ ପଡ଼ିଥିବା ଚୈତନ୍ୟ ଛତ୍ରିଆ ଙ୍କୁ ଉଦ୍ଧାର କରିବାର ପାଇଁ ବେଲପଡା ଥାନା ଲିଖିତ ଅଭିଯୋଗ

ବେଲପଡା ବ୍ଲକ ବାଗଦୋର ପଂଚାୟତ ସର୍ଗିପାଳି ଗାଁ ର ଚୈତନ୍ୟ ଛତ୍ରିଆ ନାମକ ଜଣେ ଯୁବକ କୁ ଥୁଡି ବାହାଲ ଗାଁ ର ଦାଦନ ସର୍ଦାର କାଳିଆ ମହାନନ୍ଦ, ଗତ ବର୍ଷ ଘରୁ ଡ଼ାକି ନେଇ ତେଲେଙ୍ଗାନା ରେ ୭ଲକ୍ଷ ଟଙ୍କା ରେ ବିକ୍ରି କରିଥିବା ତାଙ୍କ ମା ପାର୍ବତୀ ଛତ୍ରିଆ ଅଭିଯୋଗ କରିଛନ୍ତି l

ବନ୍ଧକ ପଡ଼ିଥିବା ଚୈତନ୍ୟ ଛତ୍ରିଆ କେ ଉଦ୍ଧାର କରିବାର ପାଇଁ ବେଲପଡା ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ଚୈତନ୍ୟ ଛତ୍ରିଆ ଙ୍କ ମା ପାର୍ବତୀ ଛତ୍ରିଆ ସାଙ୍ଗେ KMM ତରଫରୁ ଲିଖିତ ଅଭିଯୋଗ ଦିଆଯାଇଛି l

ଏହି ଘଟଣା ଜାଣିବା ପରେ ବନ୍ଧକ ଘଟଣା ତଦନ୍ତ ଲାଗି ସର୍ଗିପାଲି ଗାଁ କୁ ପହଂଚି ଥିଲେ, ପାଟଣାଗଡ଼ ବିଧାୟକ ତଥା ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ର ଝିଅ ନିବୃତ୍ତି କୁମାରୀ ମେୱାର, ଏବଂ ସମସ୍ତ ଘଟଣା ବୁଝିବା ପରେ ଥାନା ଅଧିକାରୀ ଓ ଲେବର ଅଫିସର ଙ୍କୁ ଫୋନ କରି ତୁରନ୍ତ ଦାଦନ ଶ୍ରମିକ କୁ ଉଦ୍ଧାର କରିବା ପାଇଁ କହିଥିଲେ l

ଏବେ ଦେଖିବା କୁ ବାକିରହିଲା କେବେ ଗାଁ କୁ ଫେରୁଛି ଦାଦନ ଶ୍ରମିକ ଚୈତନ୍ୟ ଛତ୍ରୀୟା l

ଦଣ୍ଡସେନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *