ଆର ପାରିରେ ପଦ୍ମଶ୍ରୀ କମଳା ପୂଜାରୀ


ଓଡ଼ିଶାର ରତ୍ନ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ପଦ୍ମଶ୍ରୀ କମଳା ପୂଜାରୀଙ୍କ କଟକ SCB ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ସେ ୨ ଦିନ ତଳେ ଅସୁସ୍ଥ ହୋଇ ICU ରେ ଭର୍ତ୍ତି ହୋଇଥିଲେ।ମୃତ୍ୟୁ ବେଳକୁ ବୟସ 70ବର୍ଷ ହେଇଥିଲା । ଆଜି ସକାଳୁ ପଦ୍ମଶ୍ରୀ ଙ୍କ ହୃଦ ଘାତ ଘଟିଥିଲା । ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଛି ।
ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ କମଳାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର।କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଥିଲେ କମଳା ପୂଜାରୀ । ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡଃ ଜୟନ୍ତ ପଣ୍ଡା ଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗର ଚାରିଜଣ ଡାକ୍ତର ଙ୍କୁ ନେଇ ଏହୀ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ତାଙ୍କ ଚିକିତ୍ସା ପାଇଁ । । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଏସସିବି ମେଡିକାଲ ଆନାଟୋମି ବିଭାଗରେ ପହଞ୍ଚି ସେଠାରେ କମଳା ପୂଜାରୀଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ପଦ୍ମଶ୍ରୀ କମଳା ପୂଜାରୀ ଙ୍କ ମୃତ ଶରୀର କଟକ scb ବଡ଼ ମେଡିକାଲ ରୁ ତାଙ୍କ ଗାଁ ଅଭିମୁଖେ ବାହାରିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆମ୍ବୁଲାସ ସାହାଯ୍ୟ ରେ ପଠାଯାଇଛି ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *