ବିପଦରେ ମହାନଦୀ, ଥମୁନି ରାଜନୀତି

ମୃତ୍ୟୁ ଶଯ୍ୟାରେ ମହାନଦୀ.. ତଥାପି ମହାନଦୀ ପାଣିକୁ ନେଇ ଥମୁନି ରାଜନୀତି ! ଗୋଟିଏ ପଟେ ମହାନଦୀ ବିବାଦ ଏନଜିଟିରେ ଝୁଲୁଥିବା ବେଳେ, ଅନ୍ୟପଟେ ଯେଉଁମାନେ ନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଥିଲେ ସେମାନେ ଏବେ ଆତ୍ମୀୟ ପ୍ରଚାର ପାଇଁ ଜୋରଦାର ମୁକାବିଲାରେ ମାତିଛନ୍ତି ! ଉପରେ ନାମକୁ ମାତ୍ର ଲୋକ ଦେଖାଣିଆ ଟଣା ଓଟରା , ହେଲେ ଭିତରେ ରହିଛି ସଲାସୁତୁରା ! ବାସ୍ତବିକ ପ୍ରସଙ୍ଗକୁ ସମସ୍ତଙ୍କ ଅଣଦେଖା କରିବା ସହ ହୋମ ଆଳତି କରି ଗଣମାଧ୍ୟମରେ ମୁହଁ ଦେଖାଇ ବାଃ ବାଃ ନେବା ପାଇଁ ବର୍ତ୍ତମାନ ତତ୍ପରତା ! ଏଭଳି କାର୍ଯ୍ୟ ପଛର ଉଦ୍ଦେଶ୍ୟ କଣ, ମହାନଦୀ ସୁରକ୍ଷା ନା ନା ରାଜନୀତି ? ଦୀର୍ଘ ଦିନ ଧରି ମହାନଦୀ ବିବାଦ ଲାଗି ରହିଥିଲେ ମଧ୍ୟ ଏଥିରେ ସେଭଳି ଫରକ ଦେଖିବାକୁ ମିଳୁନାହିଁ । ଗୋଟିଏ ପଟେ ମାନ୍ୟବର ହାଇକୋର୍ଟ ଓ ଏନଜିଟି ନିର୍ଦ୍ଦେଶକୁ ଅନେକ ସ୍ଥାନରେ ବେଖାତିର କରାଯାଉଛି। ଅନ୍ୟପଟେ ଯେଉଁମାନେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଥିଲେ ସେମାନଙ୍କ ବର୍ତ୍ତମାନ ଆନ୍ଦୋଳନ ମହାନଦୀ ପୂଜନରେ ପରିଣତ ହୋଇଛି । ଯାହାକୁ ନେଇ ନଦୀ ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ସହ ବିଭିନ୍ନ ମହଲରେ ଏହାକୁ ରାଜନୀତି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *