ଗୁରୁ ପୂର୍ଣ୍ଣିମାରେ ଆଶୀର୍ବାଦ ଗ୍ରହଣ କଲେ ସୌଭିକ୍ ଓ ଶୋଫିଆ

ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ କଟକ ରାଣୀହାଟ ରଧାଗୋବିନ୍ଦ ଜୀୟୁ ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ରୀୟ ବରିଷ୍ଠ ନାଗରିକ କଲ୍ୟାଣ ସମିତି, ରଧାଗୋବିନ୍ଦ୍ ଯିୟୁ ଟ୍ରଷ୍ଟ ବୋର୍ଡ ଓ ରାଣୀହାଟ ଗୋପାଳ ସାହି ପୂଜା କମିଟି ର ମିଳିତ ଆନୁକୁଲ୍ୟରେ ଦୁଇଟି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ କଟକ-ବାରବାଟୀ ବିଧାୟିକା ଇଂ ଶୋଫିଆ ଫିର୍ଦୋଷ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ଵାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମିତିର ସଭାପତି ଶ୍ରୀଯୁକ୍ତ ରାଜ କିଶୋର ବେହେରା ସଭାର ସଭାପତିତ୍ୱ କରିଥ‌ିବା ବେଳେ, ସମିତିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବ୍ୟୟୋଜ୍ୟେଷ୍ଠଙ୍କ ପାଇଁ ଏକ ସ୍ଥାୟୀ ଗୃହ ଯୋଗାଇ ଦେବାକୁ ଦାବି ସହିତ ଅନେକ ଉପଯୋଗୀ ବିଷୟ ଉପରେ ଗୁରୁତ୍ଵ ଦେଇ ବରିଷ୍ଠଙ୍କୁ ସହାୟ ହେବାପାଇଁ, ଉଭୟ ବିଧାୟିକା ଓ ବିଧାୟକଙ୍କୁ ଅନୁରୋଧ କରି ଏକ ସ୍ମାରକ ପତ୍ର ଦିଆଯାଇ ଥିଲା । ସମିତିର ବରିଷ୍ଠମାନେ ନୂତନ ପିଢୀର ଯୁବ ବିଧାୟକ ଓ ବିଧାୟିକାଙ୍କୁ ଆଶିର୍ବାଦ କରିବା ସହିତ ଐତିହାସିକ କଟକ ସହରର ସ୍ବାଭିମାନକୁ ରକ୍ଷା କରିବାକୁ ସହାୟ ହେବାକୁ ଅନୁରୋଧ କରିଥିଲେ । ସମିତିର ଉପଦେଷ୍ଟା ଶ୍ରୀଯୁକ୍ତ ସନାତନ ପରିଡା, କାର୍ଯ୍ୟକାରୀ ସଭାପତି, ଭିକାରୀ ବେହେରା, ସଂଯୋଜକ ସଂମ୍ପାଦକ ଗୌତମ ପରିଡା ସହ ସମ୍ପାଦକ ସୁଶାନ୍ତ କୁମାର ବେହେରା, କାର୍ଯ୍ୟାଳୟ ସମ୍ପାଦକ କିଶୋର ଚନ୍ଦ୍ର ନାଟିଆଙ୍କ ସମେତ ଶ୍ରୀ ପ୍ରମୋଦ ଚନ୍ଦ୍ର ଦାସ, ଚନ୍ଦ୍ରଶେଖର ନାଟିଆ, ରାଣିହାଟ ଗୋପାଳ ସାହି ଓ ରଧଗୋବିନ୍ଦ୍ ଜିୟୁ ଟ୍ରଷ୍ଟ ବୋର୍ଡ ର ଉଦ୍‌ଯୋଗୀ ଯୁବକମାନଙ୍କ ଦ୍ବାରା ସମ୍ବର୍ଦ୍ଧନା ସଭାଟି ଅତି ସୁନ୍ଦର୍ ଭାବେ ପରିଚାଳିତ ହୋଇଥିଲା ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *