ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଏବଂ ଶ୍ରମିକର ସ୍ଵାର୍ଥ ବି ଏମ୍ ଏସ୍ ର ମୂଳ ଲକ୍ଷ୍ୟ

ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଏବଂ ଶ୍ରମିକର ସ୍ଵାର୍ଥ ବି ଏମ୍ ଏସ୍ ର ମୂଳ ଲକ୍ଷ୍ୟ
ଲୋକମାନ୍ୟ ଭାବରେ ପ୍ରିୟ ବାଲ ଗଙ୍ଗାଧର ତିଲକ ଜଣେ ଭାରତୀୟ ଜାତୀୟତାବାଦୀ, ଶିକ୍ଷକ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପ୍ରାୟ୭୦ ବର୍ଷ ପୂର୍ବେ ୧୯୫୫ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକଙ୍କର ଜନ୍ମ ଦିବସରେ ଭାରତୀୟ ମଜଦୁର ସଂଘର ସ୍ଥାପନ କରାଯାଇଥିଲା । ଦତୋପନ୍ତ ଠେଙ୍ଗଡୀ ଏହି ସଂଗଠନର ପ୍ରାଣ ପ୍ରତିଷ୍ଠାତା ଅଟନ୍ତି । ସେ ସମୟରେ ଘୋଷଣା କରାଯାଇଥିଲା, ଶ୍ରମିକର ରାଷ୍ଟ୍ରୀୟକରଣ, ଶିଳ୍ପର ଶ୍ରମିକିକରଣ ଓ ରାଷ୍ଟ୍ରର ଶିଳ୍ପୀକରଣ । ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଏବଂ ଶ୍ରମିକମାନଙ୍କର ସ୍ଵାର୍ଥ ପାଇଁବି ଏମ୍ ଏସ ଆନ୍ଦୋଳନ ଜାରି ରଖୁଛି ବୋଲି ବହୁ ବିଶିଷ୍ଟ ଶ୍ରମିକ ନେତାମାନେ ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୭୦ ତମ ସ୍ଥାପନା ଦିବସ ଅବସରରେ କହିଛନ୍ତି । ଏହି ସଭାରେ କଟକ ଜିଲ୍ଲା ବିଏମଏସର ସଭାପତି ରମାକାନ୍ତ ସାହୁଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ପ୍ରାକ୍ତନ ସଭାପତି ସରୋଜ କୁମାର ମିତ୍ର ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥ‌ିବା ବେଳେ ସଂଘର ପ୍ରାକ୍ତନ ସଭାପତି ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିଲେ। ବିଏମଏସର ୭୦ ତମ ପ୍ରତିଷ୍ଠା ଦିବସ ଅବସରରେ ପୂର୍ବାହ୍ନ ରେ କେନ୍ଦ୍ରୀୟ ରେଡକ୍ରସ ରକ୍ତ କେନ୍ଦ୍ର ଠାରେ ବିଏମଏସର କଟକ ଜିଲ୍ଲା ଉପସଭାପତି ତଥା ବ୍ଲଡ ବ୍ୟାଙ୍କ ଏମ୍ପୁୟିଜ ୟୁନିଅନର ପୂର୍ବତନ ସାଧାରଣ ସମ୍ପାଦକ ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ ଓ ଶୋଷଣ ମୁକ୍ତ ଶ୍ରମିକ ସମାଜ ଗଠନହିଁ ବି ଏମ୍ ଏସ ର ମୂଳ ଲକ୍ଷ୍ୟ ବୋଲି ରାଜ୍ୟ କର୍ମକର୍ତ୍ତା ବସନ୍ତ କୁମାର ସାହୁ କହଛନ୍ତି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *