ଗାନ୍ଧୀ ଛକରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରାତି ଅଧରେ ଉଠାଇନେଲା ପୌର ପ୍ରଶାସନ

ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଗାନ୍ଧୀ ପ୍ରତିମୂର୍ତ୍ତିକୁ ରାତି ଅଧରେ ଉଠାଇନେଲା ପୌର ପ୍ରଶାସନ।ଜଗତସିଂହପୁର ଜିଲ୍ଲାର ସଦର ମହକୁମା ଗାନ୍ଧୀ ଛକ ନିକଟରେ ଥିବା ସର୍ବ ପୁରାତନ ଗାନ୍ଧୀ ମୂର୍ତ୍ତିକୁ ବିଳମ୍ବିତ ରାତିରେ ବଜାର କମିଟିକୁ ନଜଣାଇ ଠିକାଦାର ଉଠାଇ ନେଇଯାଇଛି।ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖା ଦେଇଛି।ରାଜନୀତି ଠାରୁ ଆରମ୍ଭ କରି ବିଭିନ ସଂଗଠନର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଏହି ଗାନ୍ଧୀ ମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶୁଭାରମ୍ଭ କରାଯାଉଥିଲା।ହେଲେ ପୌରପରିସଦ ପକ୍ଷରୁ ଗତକାଲି ବିକମ୍ବିତ ରାତ୍ରିରେ ସ୍ଥାନୀୟ ବଜାରକମିଟି କୁ ନ ଜଣାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନିଆଯିବା ସହିତ ପିଣ୍ଡିକୁ ଭାଙ୍ଗି ଦିଆଯାଇଛି।ଜଗତସିଂହପୁର ପୌରପରିସଦ ର ଅଧକ୍ଷା ପଦ କଂଗ୍ରେସ ଦଳ ଅଧୀନରେ ଥିବାବେଳେ କିଭଳି ଭାବରେ ପୌରଧଖ୍ୟା ଏଭଳି ନିର୍ଦେଶ ଦେଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜିଲାର ପରିଚିତ ନାମ ଗାନ୍ଧୀଙ୍କ ନାମ ଅନୁସାରେ ଗାନ୍ଧିଛକ ଥିବାବେଳେ ଛକରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଥିବା ଠିକା ଦାର କାହା ଇଙ୍ଗିତରେ ଏଭଳି କାର୍ଯ୍ୟ କରିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସର୍ବ ପୁରାତନ ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ କିଏ ଦେଲା ନିର୍ଦେଶ ?କାହା ଇଙ୍ଗିତରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଲା ଠିକାଦାର ? ଭାଙ୍ଗିବା ପାଇଁ କିଏ ଦେଲା ନିର୍ଦେଶ।ବଜାର କମିଟିକୁ ନ ଜଣାଇ ଠିକାଦାର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲା କେମିତି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଥିବା ଅଭିଯୁକ୍ତ ମାନଙ୍କ ଉପରେ ଜିଲା ପ୍ରଶାସନ କଣ ପଦକ୍ଷପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *