ବେଆଇନ ଭାବରେ ଚାଲୁଛି ଚୋରା ବାଲିଘାଟ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବା କୁ ମିଳୁଛି ଧମକ

  ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ର ନାଉଗାଁ ବ୍ଲକର କୋରୁଅ ପଞ୍ଚାୟତ ଦେଇ ଦେବି ନଦୀ ପ୍ରବାହିତ ହେଇଛି। କିନ୍ତୁ ଦୁଃଖର ବିଷୟ ଏହି ପଞ୍ଚାୟତ କୁ ଲାଗି ପୁରି ଜିଲ୍ଲା କାକଟପୁର ବ୍ଲକ ର ତିନିଗୋଟି ପଞ୍ଚାୟତ ଲାଗିରହିଛି। କିନ୍ତୁ କାକଟପୁର ତହସିଲ୍ ପକ୍ଷରୁ ପତ୍ର ସଂଖ୍ୟା ୪୨୪୮ ତାରିଖ ୧୬.୧୦.୨୦୧୮ ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୈନିକ ବ୍ୟକ୍ତି ଲିଜ୍ ସୂତ୍ରରେ ଏହି ବାଲିଘାଟ ଟିକୁ ପାଇଥିଲେ। କିନ୍ତୁ ଆଜି ପର୍ଯ୍ଯନ୍ତ ଉକ୍ତ ବାଲିଘାଟଟି ରୁ ବାଲି ଉତ୍ତୋଳନ ପାଇଁ ସରକାରୀ ମଞ୍ଜୁରୀ ମିଳି ନ ଥିବା ବେଳେ । ହଟାତ କିଛ଼ି ବାଲି ମାଫିଆ ମାନେ ଏକତ୍ରିତ ହୋଇ ଏଠିକାର ଜନସାଧାରଣ ମାନଙ୍କୁ ଭୟଭୀତ କରାଇ ଜୋର୍ ଜବରଦସ୍ତି ଲିଜ୍ ନଥିବା ଜାଗା ଦେଇ ବାଲି ଚୋରା ଚାଲାଣ କରୁଛନ୍ତି। ଯାହା ଫଳରେ ଏଠିକାର ଚାରିଗୋଟି ପଞ୍ଚାୟତ ସମ୍ପୂର୍ଣ୍ଣ ଭାବରେ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ସ୍ଥାନୀୟ ଗ୍ରାମବାସୀ ମାନେ ଏହି ବାଲିଘାଟ ବନ୍ଦ କରିବା ପାଇଁ ବାହାରୁଛନ୍ତି ତେବେ ଉକ୍ତ ବାଲି ମାଫିଆ ମାନେ ବନ୍ଧୁକ ଗୁଳି ବୋମା ଓ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ର ଦେଖାଇ ମୁଣ୍ଡ ଗଡେଇବାର ଧମକ ଦେଉଛନ୍ତି। ଜିଲ୍ଲାପ୍ରଶାସନ ନିକଟରେ ବାରମ୍ବାର ଗୁହାରି ଜଣାଇବା ପରେ ମଧ୍ଯ ଫଳ ଶୂନ। ତେଣୁ ବାଧ୍ୟହୋଇ ସ୍ଥାନୀୟ ଗ୍ରାମବାସୀ ମାନେ ବିଧାୟକ ତୁଷାରକାନ୍ତି ବେହେରା ଙ୍କୁ ନିଜର ଗୁହାରି ଜଣାଇବାପରେ ବିଧାୟକ ଏ ପ୍ରସଙ୍ଗ କୁ  ନେଇ ବିଧାନସଭା ରେ ଉପସ୍ଥାପନ କରିବା ସହିତ ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଆଜି ନିଜେ ଉକ୍ତ ସ୍ଥାନକୁ ଆସି ଜନସାଧାରଣ ମାନଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ବୁଝିଥିଲେ। ଏବଂ ଆଗାମୀ ଦିନରେ ଜନସାଧାରଣ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବେଆଇନ ବାଲିଘାଟ କୁ ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ତୁଷାରକାନ୍ତି ବେହେରା। ଅପରପକ୍ଷେ ଜଦି ଏହି ବାଲିଘାଟ କୁ ତୁରନ୍ତ ବନ୍ଦ ନକରାଯାଏ ତେବେ ଆଗାମୀ ଦିନରେ ନିଜର ଭିଟାମାଟି ବଞ୍ଚାଇବା କୁ ନେଇ ଉଗ୍ରରୂପ ଧାରା କରିବୁ ବୋଲି ଚେତାବନୀ ଦେଇଛନ୍ତି ସହସହ ମହିଳା ଓ ପୁରୁଷ।

ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *