ଦୁର୍ଦଶା ରେ ଚେପାଲ ପଡା ଗ୍ରାମବାସୀ ନିମ୍ନମାନର ପୋଲ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଖେମାଗୁରୁ ଠାରୁ ଚେପାଲ ପଡା ଗ୍ରାମକୁ ଯାତାୟାତ ପାଇଁ ରାସ୍ତା ର ଅବସ୍ଥା ଅତିଷଚନୀୟ ଅବସ୍ଥା ରେ ଅଛି। ଖଇରପୁଟ ବ୍ଲକ ଦ୍ୱାରା ଚେପାଲ ପଡା ଗ୍ରାମ ନିକଟରେ ଟେଣ୍ଡର ଦ୍ୱାରା କୁଡ଼ିଏ ଲକ୍ଷ ବେୟ ରେ ଏକ ପୋଲ ନିର୍ମାଣ କରାଯାଇଛି। ଯାହା ଅତିନିମ୍ନ ମାନର କରାଯାଇଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି। ଖେମାଗୁରୁ ଠାରୁ ପ୍ରାୟ ସାତ କୀଲାମିଟର ଚେପାଲ ପଡା ଗ୍ରାମକୁ ଭଲ ରାସ୍ତା ମଧ୍ୟ ନାହିଁ। ଗଞ୍ଚ ଜଙ୍ଗଲ ସହ ପାହାଡ଼ ଅତିକ୍ରମ କରି ଯିବାକୁ ପଡୁଛି। ଗ୍ରାମବାସୀ ବ୍ଲକ ଓ ଜିଲ୍ଲା ପ୍ରଶାସନ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା କାମ କରାଯାଉନାହଁ।ଉକ୍ତ ରାସ୍ତାରେ ବ୍ଲକ ପ୍ରଶାସନ ଦ୍ୱାରା ପୋଲ ନିର୍ମାଣ ପାଇଁ ଜଣେ ଠିକାଦାର ଟେଣ୍ଡର ମାଧ୍ୟମୟରେ ଅତି ନିମ୍ନମାନର କାର୍ଯ୍ୟ କରୁଥିବାରୁ ପ୍ରଥମ ବର୍ଷା ରେ ଦବି ଯାଇଥିବା ଦେଖିବାକୁ ମିଳୁଛି। ସମ୍ପୂକ୍ତ ଠିକା ଧାର ଙ୍କୁ ଗ୍ରାମ ବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁନି ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ପୋଲ ନିମ୍ନମାନର ହେଉଥିବା ଆମ ପ୍ରଥୀନିଧି ସହକାରୀ ଯନ୍ତ୍ରୀ ଓ ବି. ଡ଼ି. ଓ ଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରାଯିବାରୁ ଆମେ ଅବଗତ ହେଉଛି। ବର୍ଷା କମିଲେ ପୋଲ କାର୍ଯ୍ୟ କରାଯିବ ବର୍ତମାନ ଠିକାଦାର ଙ୍କୁ ବିଲ କରାଯାଇନାହିଁ। ନିମ୍ନମାନର କାର୍ଯକୁ ସମ୍ପୂର୍ଣ ଭାଙ୍ଗି ପୁନର୍ବାର କରାଯିବ ବୋଲି ଜଣାଇଛନ୍ତି। ଏଥି ସହ ଚେପାଲ ପୋଡା ଗ୍ରାମକୁ ରାସ୍ତା ପାଇଁ ଆଗାମୀ ଆର୍ଥୀକ ବର୍ଷରେ କରାଯିବ ବୋଲି ଜଣାଇଛନ୍ତି। ଅତିଷଚନୀୟ ଅବସ୍ଥା ରେ ରାସ୍ତା ଥିବରୁ ଚାଲିଯିବାକୁ ମଧ୍ୟ କଷ୍ଟକର।କୌଣସି କାରଣ ରୁ ଦେହ ଖରାପ ହେଲେ ଭାରରେ ସାତ କୀଲାମିଟର ଆଣିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମାଲକାନଗିରି ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *