ଭିଜିଲାନ୍ସ ଜାଲରେ କିରାଣୀ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଭିଜିଲାନ୍ସ ଜାଲରେ।ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ।ପାଞ୍ଚ ହଜାର ଟଙ୍କା ଜଣେ ଶିକ୍ଷକଙ୍କ ଠାରୁ ଲାଂଚ ନେଉଥିବା ବେଳେ ଧରିଲା ଭିଜିଲାନସ ଟିମ। ବକେୟା ଥିବା ଦରମା ଟଙ୍କା କରାଇଦେବା ପାଇଁ ଲାଂଚ ମାଗିଥିବା ବେଳେ ଅଗ୍ରୀମ ପାଂଚ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କାବୁ କରିଥିଲ ଭିଜିଲାନସ ଟିମ । ଖବର ଅନୂସାରେ ମାଥିଲି ବ୍ଳକ ଶିକ୍ଷା ବିଭାଗ ରେ କାର୍ଯ୍ୟରତ ସୋମନାଥ ବାଙ୍କିଆ ଏକ ପାରିବାରିକ ମକଦ୍ଧୋମା ରେ ଜେଲ ଯାଇଥିଲେ । ତେବେ ପରେ ସେ ନିର୍ଦୋଷ ରେ ଖଲାସ ହୋଇଥିଲେ। ସେହି ମାଲିମକଦମା ସମୟର ଦରମା କରାଇଦେବାକୁ ସୋମନାଥ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ। ତେବେ ବାରମ୍ବାର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଦୌଡାଦୌଡି କଲା ପରେ ମଧ୍ୟ ତାଙ୍କ ଦରମା କରାଯାଇନଥିଲା ଓଲଟା କାଗଜପତ୍ର କାମ ପାଇଁ ସମସ୍ତଙ୍କୁ ଲାଂଚ ଦେବାକୁ ପଡିବ ବୋଲି କୁହାଯାଇଥିଲା । ଏଥିନେଇ ଶିକ୍ଷକ ଜଣକ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୂଯାୟୀ ଭିଜିଲାନସର ଏକ ଦଳ ମାଥିଲି ବିଇଓଙ୍କ କାର୍ର୍ୟାଳୟ ନିକଟରେ ଛପି ରହିଥିଲେ । କିରାଣୀ ରବିପାତ୍ର ଲାଂଚ ଟଙ୍କା ଧରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ମାନେ ମାଡି ବସିଥିଲେ।ପରେ ତାଙ୍କୁ ଅଧିକ ପଚରାଉଚରା ନିମନ୍ତେ ଜୟପୁର ଭିଜିଲାନସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି।
ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *