ମହିମା ଅଲେଖ ଆଶ୍ରମ ପରିସରରେ ବନ ମହୋତ୍ସବ ପାଳିତ

ଜଗତସିଂହପୁର ଜିଲ୍ଲା– ନାଉଗାଁ ବ୍ଳକ ଶିଖର ପଞ୍ଚାୟତ ର ବରଦା ଗ୍ରାମର ବାଇଁଆପଡା ମହିମା ଅଲେଖ ଆଶ୍ରମ ପରିସରରେ ବନ ମହୋତ୍ସବ ପାଳିତ lମହିମା ଅଲେଖ ସୁରକ୍ଷା ସମିତିର ସଭାପତି ଯୁଦ୍ଧିଷ୍ଠିର ତରାଇ ଓ ସମ୍ପାଦକ ରତ୍ନାକର ତରାଇ ଙ୍କ ନେତୃତ୍ବରେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାକଟ ପୁର ରେଞ୍ଜର ମୋନାଲିସା ମହାପାତ୍ର ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ କାକଟପୁର ସ୍ଥିତ ପଦନ ପାଟଣା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗ୍ୟନରଞ୍ଜନ ସାହୁ, ,ସମାଜସେବୀ ସ୍ୱପ୍ନେସ୍ୱର ଦାଶ,ପ୍ରାଚୀ ମଠର ଗବେଷକ ପଣ୍ଡିତ ତ୍ରିଲୋଚନ ପାଢ଼ୀ, ସମାଜସେବୀ ନିଲୁରାମ ଜେନା ଉପେନ୍ଦ୍ର ଦାଶ ଓ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମାଣ୍ଡିତ କରିଥିଲେ l ଅନ୍ୟପଟେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅତିଥି ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କରାଯାଇ ଥିବା ବେଳେ ସମାଜ ରେ ବୃକ୍ଷ ର ଭୂମିକା ଓ ମନୁଷ୍ୟ ପ୍ରତି ଏହାର ଉପକାରିତା ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ଅତିଥି ମାନେ ଅବଗତ କରାଇଥିଲେ l ତେବେ ବାର୍ତ୍ତମାନ ର ପରିସ୍ଥିତି ରେ ଯେଉଁଭଳି ଭାବେ ବାୟୁ ମଣ୍ଡଳ ପ୍ରଦୂଷଣ ହୋଇ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛି ଜନସାଧାରଣ, ଯାହାକି ପ୍ରତେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇଲେ ଏଭଳି ସ୍ଥିତି କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଅତିଥି ମାନେ ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *