କଟକ ବାଦାମବାଡି ପୋଲିସ କବଜାରେ କୁଖ୍ୟାତ ଆନ୍ତ ରାଜ୍ୟ ବାଇକ ଲୁଟେରା

କଟକ ବଜ୍ରକବାଟି ଛକ ନିକଟ ଅମ୍ବର୍ ଏନ ଏକ୍ସ ଗାର୍ମେଣ୍ଟ ଶୋ ରୁମ ର ପାର୍କିଂ ନିକଟରୁ ଏକ ବାଇକ ଚୋରି ନେଇ ନବଦୀପ ସିଂ ନାମକ ବ୍ୟକ୍ତି ଗତ 21 ତାରିଖରେ ବାଦାମବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ରଞ୍ଜିତ ସ୍ବାଇଁ ଓରଫ ଵିଶ୍ୱଜିତ ସ୍ୱାଇଁ କୁ ଗିରଫ କରିଛି। ତେବେ ତା ନିକଟରୁ ଚୋରି ହୋଇଥିବା ଗାଡି ସମେତ 5 ଟି ବାଇକ ଜବତ କରିଛି। ପୋଲିସ ର ସୂଚନା ଅନୁଯାୟୀ ରଞ୍ଜିତ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାର୍କିଂ ହୋଇଥିବା ଗାଡି ଗୁଡିକୁ ଟାର୍ଗେଟ କରି ଚୋରି କରୁଥିଲା। ଏହାପରେ ଚୋରି ଗାଡି ଗୁଡିକୁ 20 ରୁ 25 ଟଙ୍କାରେ ବିକ୍ରି କରୁଥିଲା। ତେବେ ସାଧାରଣତ ଗାଡି କିଣାବିକା ବାବଦ ତଥ୍ୟ ଜାଣୁନଥିବା ବ୍ୟକ୍ତି ଙ୍କୁ ସେ ଗାଡି ବିକ୍ରି କରୁଥିଲା। ତେବେ ଗାଡି କିଣିଥିବା ଲୋକେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଏସିପି କହିଛନ୍ତି। ଅଭିଯୁକ୍ତ କୁ କୋର୍ଟ ଚାଲାଣ ସହ ତା ବିରୁଦ୍ଧରେ ଅଭ୍ୟାସଗତ ଅପରାଧୀକ ମାମଲା ଦାୟର କରାଯିବ ବୋଲି କହିଛନ୍ତି।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *