ଆଡଭାନ୍‌ସ୍ କୁଡୋ ସେମିନାର ଓ ତାଲିମ୍ ଶିବିରକୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କୁଡ଼ୋ ଆସୋସିଏସନ ଅଫ୍ ଓଡ଼ିଶା ତରଫରୁ ବିଜୟ ଗୋବିନ୍ଦ ଭବନ, ଦୋଳମୁଣ୍ଡାଇ, କଟକଠାରେଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।
ଆସନ୍ତା ତା.୦୪.୦୮. ୨୦୨୪ ଠାରୁ ତା. ୦୬. ୦୮. ୨୦୨୪ ରିଖ ପର୍ଯ୍ୟନ୍ତ ୩ ଦିନଧରି ଆଡଭାନ୍ସ୍ କୁଡୋ ସେମିନାର ଓ ତାଲିମ୍ ଶିବିର ସକାଳ ୭.୩୦ ଘଟିକା ସମୟରୁ ସଂଧ୍ୟା ୭.୩୦ ଘଟିକା ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଜବାହାରଲାଲ୍ ନେହେରୁ ଇନ୍‌ଡୋର୍ ଷ୍ଟାଡିଅମ୍, କଟକଠାରେ ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ୱାର୍ଲଡ୍
ଚାମ୍ପିଆନ୍ ଜାପାନ୍‌ର ନୋରିହିଦେ ଟେରାଗୁଚ୍ଚି ପ୍ରଶିକ୍ଷଣ ଦେବାକୁ ଯାଉଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୪ ବର୍ଷ ବୟସ ରୁ ଊର୍ଦ୍ଧ୍ବ ପ୍ରାୟ ୨୫୦ରୁ ଅଧିକ ଶିକ୍ଷାର୍ଥୀମାନେ ଭାଗନେବେ ।ଏହି ସାମ୍ବାଦିକ ସମ୍ମିଳନୀରେ କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଶିବାଶିଷ କର,ଜେନେରାଲ୍ ସେକ୍ରେଟାରୀ ନିତାଇ ଶଙ୍କର ଗୁଇଁ, କଟକ ଜିଲ୍ଲାର ସଭାପତି ନର୍ମଦା ଗୁଇଁ, ଖୋର୍ଦ୍ଧା ଜିଲ୍ଲାର ସଭାପତି ଗୌରବ କର, ଭଦ୍ରକ ଜିଲ୍ଲାର ଜେନେରାଲ୍ ସେକ୍ରେଟାରୀ ମୁକେଶ କୁମାର ନାୟକ ପ୍ରମୁଖ
ଉକ୍ତ ସମ୍ମିଳନୀରେ ଯୋଗଦାନ କରିଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *