ସ୍ଵଳ୍ପ ବର୍ଷାରେ ଦବି ଯାଇଛି ନୁଅବଜାର ଓ ଏନ୍ ଏଚ 16କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା

ସ୍ଵଳ୍ପ ବର୍ଷାରେ ଦବି ଯାଇଛି ନୁଅବଜାର ଓ ଏନ୍ ଏଚ 16କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା।
ଖପୁରିଆ ଶିଳ୍ପାଞ୍ଚଳ ନୂଆପଡ଼ା ଛକ ନିକଟରେ ଥିବା ମଣିଶ୍ରି କମ୍ପାନୀ ସମ୍ମୁଖରେ ବର୍ଷାରେ ରାସ୍ତା ଦବି ପ୍ରାୟ 20 ଫୁଟ ର ଗର୍ତ୍ତ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଆଜି ସକାଳେ ଏକ କ୍ଷୀର ଗାଡ଼ି ମଧ୍ୟ ଏହି ଗର୍ତ୍ତ ରେ ଗଳି ପଡ଼ିଥିଲା। ଖବର ପାଇ ମେୟର ସୁବାଷ ସିଂ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ଜେ.ଇ. ୱାଟକୋ, ଜେ.ଇ. ଆର ଏଣ୍ଡ ବି , ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ଭୋଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ରାସ୍ତା ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଗମନା ଗମନ କୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *