ସାବଧାନ …..କାଠଯୋଡ଼ିରେ କୁମ୍ଭୀର

କଟକ ନେତାଜୀ ସୁବାଷ ସେତୁ ତଳେ କାଠ ଯୋଡ଼ି ନଦୀରେ କୁମ୍ଭୀର । ସେଠାରେ ଥିବା ବାଲି ପଠା ରେ କୁମ୍ଭୀର ଟିଏ ସୋଇଥିବାର ଦେଖିବାକୁ ମିଳିଛି । ଆଜି ଦିନ ପାଖାପାଖି ୨ ଟା ସମୟରୁ ଏହି କୁମ୍ଭୀର ଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବର୍ତ୍ତମାନ ବାଲି ପଠା ରେ ସୋଇଛି। କୁମ୍ଭୀର ଟି ବନ୍ୟା ଜଳରେ ଭାସି ଆସିଛି ବୋଲି କୁହା ଯାଉଥିବା ବେଳେ କୁମ୍ଭୀର ଟିକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଜମିଛି। ନିକଟରେ ଦୁଇ ଜଣ ଲୋକ ନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ କୁମ୍ଭୀର ଟି ଖାଦ୍ୟ ଅନ୍ୱେଷଣରେ ଏଠାକୁ ଆସିଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି।
କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *