ବନ୍ଧୁକ ଗୁଳିରେ ଛତୁ ତୋଳାଳୀ ଗୁରୁତର ଡାକ୍ତରଖାନା ରେ ଭର୍ତ୍ତି


ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜନକ ପୁର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଧ୍ରୁବ ଚରଣ ନାୟକ ( ୪୫,) ପିତା କାର୍ତ୍ତିକ ନାୟକ ସବୁ ଦିନପରି ଆଜି ଭୋର୍ ସକାଳ ୪/୫ ଘଣ୍ଟିକା ସମୟରେ ଘର ପାଖ ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିଲେ । ଠିକ୍ ଛତୁ ସଂଗ୍ରହ କରିବା ବେଳେ ଜନ୍ତୁ ମାରିବାକୁ ଛକି ବସିଥିବା ଶିକାରୀ ସୁବଳ ନାୟକ ( ୩୫) ପିତା ବନ୍ଧୁଆ ନାୟକ ଜନ୍ତୁ କୁ ନଦେଖୁ ସଡ ସଡ ଶବଦ୍ କୁ ଅନୁସରଣ କରି ଧରିଥିବା ବନ୍ଧୁକ ରୁ ଗୁଳି ମାରିଥିଲେ । ଯା ଫଳରେ ଛତୁ ସଂଗ୍ରହ କାରୀ ଧ୍ରୁବ ଚରଣ ନାୟକ ଙ୍କ ବାମ ଗୋଡ଼ରେ ଗୁଳି ବାଜି ଡାହାଣ ଗୋଡ଼ରେ ଗୁଳି ବାଜିବା ଫଳରେ ଘଟଣା ସ୍ଥଳରେ ଧ୍ରୁବ ପଡିଗଲେ । ଆହତ ଧ୍ରୁବ କୁ ଶିକାରୀ ସୁବଳ ନାୟକ ଦେଖି ହଠାତ୍ ଘଟଣା ସ୍ଥଳକୁ ଦୌଡ଼ି ଆସି ସଙ୍ଗେ ସଙ୍ଗେ ଗ୍ରାମକୁ ବୋହି ଆଣିଥିଲେ । ୧୦୮ ଆମ୍ବୁଲାନ୍ସ ଡାକି ଆଠମଲ୍ଲିକ ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବ୍ୟବସ୍ଥା କରିଥିଲେ । ମୂଖ୍ୟ ଚିକିତ୍ସାଳୟରେ ଅତି ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି । ଖବର ପାଇ ଠାକୁରଗଡ଼ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରି ଆସାମୀ ସୁବଳ ନାୟକ ଙ୍କୁ ଗିରଫ କରି ନେଇ ଅଧିକ ଖବର ପାଇଁ ତଦନ୍ତ ଜାରି ରଖିଛନ୍ତି । ଏହି ଅଞ୍ଚଳ ରେ ଚୋରା ବନ୍ଧୁକ ରଖି ଶିକାରୀ ମାନେ ନିର୍ବିଘ୍ନରେ ଜନ୍ତୁ ଶୀକାର କରୁଥିବା ବେଳେ ବନବିଭାଗ ଓ ପୁଲିସ୍ ପକ୍ଷରୁ ବ୍ୟାପକ ଖାନତଲାସୀ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା କାରଣରୁ ଏଭଳି ଘଟଣା ଘଟୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *