ଆଡଭାନ୍‌ସ୍ କୁଡୋ ସେମିନାର ଓ ତାଲିମ୍ ଶିବିର ।

ଜାପାନ ର ପ୍ରମୁଖ ଖେଳ କୁଡୋ 2012ମସିହାରେ ଭାରତର ସୁରଟ ରେ ଆରମ୍ଭ ହୋଇ 2019ରୁ ଓଡ଼ିଶା ରେ ଆରମ୍ଭ ହୋଇ ଥିଲା। ତେବେ ଆତ୍ମ ରକ୍ଷା ସାଙ୍ଗକୁ ନିଯୁକ୍ତି ର ସୁଯୋଗ ଦେଇପାରୁଥିବା କୁଡୋ ଖେଳକୁ ନେଇ ୩ ଦିନଧରି ଆଡଭାନ୍ସ୍ କୁଡୋ ସେମିନାର ଓ ତାଲିମ୍ ଶିବିର ସକାଳ ୭.୩୦ ଘଟିକା ସମୟରୁ ସଂଧ୍ୟା ୭.୩୦ ଘଟିକା ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଜବାହାରଲାଲ୍ ନେହେରୁ ଇନ୍‌ଡୋର୍
ଷ୍ଟାଡିଅମ୍, କଟକଠାରେ ଅନୁଷ୍ଠିତ ହେଉଛି। ଏହି କର୍ମଶାଳାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ୱାର୍ଲଡ୍ ଚାମ୍ପିଆନ୍ ଜାପାନ୍‌ର ନୋରିହିଦେ ଟେରାଗୁଚ୍ଚି ପ୍ରଶିକ୍ଷଣ ଦେବାକୁ ଦେଉଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୪ ବର୍ଷ ବୟସ ରୁ ଊର୍ଦ୍ଧ୍ବ ପ୍ରାୟ ୨୫୦ରୁ ଅଧିକ ଶିକ୍ଷାର୍ଥୀମାନେ ଭାଗନେଇଥିଲେ।ଏହି ତାଲିମ ଶିବିର ରେ କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ,କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଶିବାଶିଷ କର,ଜେନେରାଲ୍ ସେକ୍ରେଟାରୀ ନିତାଇ ଶଙ୍କର ଗୁଇଁ, କଟକ ଜିଲ୍ଲାର ସଭାପତି ନର୍ମଦା ଗୁଇଁ, ଖୋର୍ଦ୍ଧା ଜିଲ୍ଲାର ସଭାପତି ଗୌରବ କର, ଭଦ୍ରକ ଜିଲ୍ଲାର ଜେନେରାଲ୍ ସେକ୍ରେଟାରୀ ମୁକେଶ କୁମାର ନାୟକ ପ୍ରମୁଖ ଉକ୍ତ ଶିବିରରେ ଯୋଗଦାନ କରିଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *