ବୋଲବମ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦଶ ରୁ ଉର୍ଦ୍ଧ ଭକ୍ତ ଗୁରୁତ୍ତର

ଓଲଟି ପଡିଲା ବୋଲବମ ଭକ୍ତଙ୍କ ଗାଡି, ଏକାଧିକ ନାବାଳିକଙ୍କ ସମେତ ୧୦ ରୁ ଅଧିକ ଭକ୍ତ ଗୁରୁତ୍ତର ଆହାତ, ସୂଚନା ଅନୁଯାଇ ଭୁବନ ଥାନା ସୁରପ୍ରତାପପୁର ଗ୍ରାମ ତଳସାହି ଅଞ୍ଚଳ ରୁ ଶ୍ରାବଣ ଭାର ପାଣି ଢ଼ାଳିବାକୁ କରମୂଳ ସ୍ଥିତ ଦୌଡେଶ୍ୱର ମନ୍ଦିର ଅଭିମୂଖେ ଆଜି ସକାଳୁ ବାହାରିଥିଲେ ୨୦ ଜଣ ଭକ୍ତ ।
ତେବେ ଭୁବନ ଥାନା ନୀକଟ ଶାମଳ ଛକ ନିକଟରେ ଡ୍ରାଇଭର୍ ର ବେପରୁଆ ଗାଡି ଚାଳନା ଯୋଗୁ ଗାଡ଼ିଟି ଦୁର୍ଘଟଣାଗ୍ରସ ହୋଇ, ଓଲଟି ପଡିଥିଲା ଟାଟା ଏସି ଗାଡି । ଯେଉଁଥିରେ ଦଶରୁ ଉର୍ଦ୍ଧ୍ବ ଆହାତ ହୋଇଛନ୍ତି । ବହୁ ଭକ୍ତ ଗୁରୁତର ଥିବା ବେଳେ ଜଣେ ନାବାଳକଙ୍କ ହାତରେ ଗଭୀର ଆଘାତ ଲାଗିଛି ।
ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପ୍ରାଥମିକ ଚିକିସ୍ଛା କରାଯାଇଛି ।
ଏହି ସମୟରେ ମେଡିକାଲ ରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସହିତ ବହୁ ସ୍ଵେଚ୍ଛାସେବୀ ଉପସ୍ଥିତ ରହି ଆହାତ ମାନଙ୍କ ଚିକିତ୍ସା ଲାଗି ସମସ୍ତ୍ ବ୍ୟବସ୍ଥା ଓ ସହଯୋଗ ଯୋଗାଇ ଦେଇଛନ୍ତି ।

Papu sahoo,Report

Leave a Reply

Your email address will not be published. Required fields are marked *