ଶ୍ରମିକ ମିଳିତ ମହାସଂଘ ର ଏକ ଜରୁରୀ କାଳୀନ ସଭା

କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ କାର୍ଯ୍ୟ ରେ ଅନିୟମିତା ଯୋଗୁଁ ଜିଲ୍ଲା ରେ କାମ କରୁଥିବା ଶ୍ରମିକ ସଂଘଠନ ମାନଙ୍କୁ ନେଇ ଗଠିତ ହୋଇଥ‌ିବା “ ନିର୍ମାଣ ଶ୍ରମିକ ମିଳିତ ମହାସଂଘ “ର ଏକ ଜରୁରୀ କାଳୀନ ସଭା ଅମ୍ବିକା ପ୍ରସାଦ ପଣ୍ଡା ଙ୍କ ସଭପତିତ୍ବରେ ନୂଆପଡ଼ା ସ୍ଥିତ ଜଗନ୍ନାଥ ମଠ ରେ ଆୟୋଜିତ ହୋଇଥିଲା । ଆଗାମୀଦିନରେ ଶ୍ରମିକ ମାନଙ୍କର କାମ କିପରି ସୂଚାରୁ ରୂପେ ପରିଚାଳନା କରାଯିବ ସେଥିପ୍ରତି ବିଶେଷ ଆଲୋଚନା କରାଯାଇ ଥିଲା । ଉକ୍ତ ସଭା ରେ ଶ୍ରମିକ ସଂଘଠନ ମାନଙ୍କ ଦ୍ଵାରା ବହୁତ ଗୁଡିଏ ଦାବି ଉପସ୍ଥାପନ କରାଗଲା।ଏହି ସଭାରେ ଶ୍ରମିକ ନେତା ଗଗନ ବିହାରୀ ମହାନ୍ତି, ଚିତ୍ରଶେନ ସାମଲ, ଅପର୍ତ୍ତି ସାହୁ, ବିଶ୍ଵଜିତ ପଣ୍ଡା, ଆଲୋକ ମହାପାତ୍ର,ସନ୍ତୋଷ ସାମଲ, ସଞ୍ଜୟ ସାମଲ, ସନାତନ ସାହୁ, ରବୀନ୍ଦ୍ରନାଥ ବେଉରା, ସୁଶାନ୍ତ କୁମାର ପ୍ରଧାନ, ମୁରଜାଫର ଅଲି,ସ୍ବର୍ଣ୍ଣଲତା ମହାପାତ୍ର, ରଞ୍ଜିତ କୁମାର ଦାସ ଓ ସଂଘଠନ ର ୪୦ରୁ ଉର୍ଦ୍ଧ ସଦସ୍ୟ ମାନେ ଯୋଗଦାନ କରିଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *