କଟକ ମହାନଗର ନିଗମ ର ୨୨ତମ ସାଧାରଣ ପରିଷଦ ବୈଠକ

କଟକ ମହାନଗର ନିଗମ ର୨୨ତମ ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଦଳ ର କର୍ପୋରେଟର ମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ଆଲୋଚନା ପରେ ବର୍ଷା ଋତୁ ପାଇଁ ଜୁଲାଇ 19 ତାରିଖଠାରୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ସିଏମସି ବୈଷୟିକ ବିଭାଗ ର ଇଂଜିନିୟର ଓ ଅଧିକାରୀମାନେ କୌଣସି ପରିସ୍ଥିତିରେ କଟକ ବାହାରେ ରହି ପାରିବେନି କି ଲମ୍ବା ଛୁଟି ନେଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଉଥିଲା। ଏଥି ସହିତ ଏକ ଉଚ୍ଚସ୍ତରୀୟ କମିଟି 59 ଯାକ ୱାର୍ଡରେ ଗତ ଦୁଇ ବର୍ଷ ରେ କଣ ଉନ୍ନତି ମୂଳକ କାମ ସବୁ ହୋଇଛି କିମ୍ବା କାମରେ ବିଳମ୍ବ ହୋଇଛି ତାହା ତଦାରଖ କରିବେ। ୱାର୍ଡ ଗୁଡ଼ିକର ବିଭିନ୍ନ ସମସ୍ୟା ସହିତ, କିଛି ଠିକା ସଂସ୍ଥା ଗୁଡ଼ିକର ମନମାନି,ତଥା ପାନୀୟ ଜଳ ପରି ବିଭିନ୍ନ ସମସ୍ୟା ଉପରେ ନିଜର ପ୍ରତିକ୍ରିୟା ରଖିଲେ ବିଭିନ୍ନ ୱାର୍ଡ ର କର୍ପୋରେଟର।ସେହିପରି ଖୁବଶୀଘ୍ର ରାସ୍ତାଘାଟ ରେ ବୁଲୁଥିବା ଗୋରୁଗାଈ ଓ କୁକୁର ଙ୍କ ମାଲିକ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର କହିଛନ୍ତି। ବର୍ଷା ଋତୁ ପାଇଁ ଡେଙ୍ଗୁ, ମେଲେରିଆ, ହଇଜା ତଥା ଅନ୍ୟ ଭୁତାଣୁ ଜନିତ ରୋଗ କିପରି ନ ବ୍ୟପିବ ସେଥି ପ୍ରତି ଧ୍ୟାନ ଦେବାକୁ ମେୟର ଅନୁରୋଧ କରିଛନ୍ତି।ଅନ୍ଯ ପକ୍ଷରେ କିଛି ପ୍ରସଙ୍ଗ ଉପରେ ବିଜେପି ଓ କଂଗ୍ରେସ କର୍ପୋରେଟର ମାନେ ଅସନ୍ତୋଷ ପ୍ରକାଶ କରି ହୋହାଲ୍ଲା କରିଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *