ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର, କଟକ ସ୍ଥାନାନ୍ତର

ଗତକାଲି ମଧ୍ୟରାତ୍ରିରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର । ସୂଚନାରୁ ଜଣାପଡିଛି ଯାଜପୁର ଜିଲ୍ଲା କବାଟବନ୍ଧ ବ୍ଲକ କଦମ ପାଟଣା ଗ୍ରାମର ଗୁଣ୍ଡିଚା ଲେଙ୍କା ବୟସ ପ୍ରାୟ ୩୫ ବର୍ଷ , ଭୁବନ ଗ୍ରାମରୁ ବାଉଁଶ କଣ ଗ୍ରାମକୁ ବାଇକ୍ ଯୋଗେ ଯିବା ସମୟରେ ବାଉଁଶକଣ ଛକ ନିକଟ ରାସ୍ତା କଡ଼ରେ ଥିବା ସ୍ତ୍ରିଟ ଲାଇଟ୍ ଖୁଣ୍ଟିରେ ବାଡେଇ ହୋଇ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଭୁବନ ଦମକଳ ବାହୀନି ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ସୂଚନାରୁ ଜଣାପଡ଼ିଛି ଗୁଣ୍ଡିଚା ଭୁବନ ଗ୍ରାମରେ ରହି ରାଜମିସ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ ।

Bhuban / Papu sahoo

Leave a Reply

Your email address will not be published. Required fields are marked *