ଚାଉଳିଆଗଞ୍ଜର ଖୁଦୁରୁକୁଣୀ ଯାତ୍ରା

ଚାଉଳିଆଗଞ୍ଜର ଖୁଦୁରୁକୁଣୀ ଯାତ୍ରା ବୁଧବାର ରାତିରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ଭସାଣ ଉତ୍ସବରେ ପ୍ରବଳ ଜନ ସମାଗମ ହୋଇଥିଲା। ଅପରାହ୍ନ ୩ଟାରୁ ସମସ୍ତ ପ୍ରତିମା ନିଜ ମଣ୍ଡପ ଛାଡି ତାଳଦଣ୍ଡା କେନାଲ ନିକଟସ୍ଥ ରାସ୍ତାରେ ଏକତ୍ର ହୋଇଥିଲେ। ସେଠାରୁ ପ୍ରତି ମେଢ଼ ଗୁଡିକ କ୍ରମିକ ନମ୍ବର ଅନୁଯାୟୀ ଅପରାହ୍ଣ ସାଢ଼େ ୩ଟାରେ ଶୋଭାଯାତ୍ରାରେ ବାହାରି ମଠସାହି, ସାହିଛକ, ଥଟ୍ଟାରୀସାହି, ନୂଆବଜାର ଗାନ୍ଧିଛକ, ଅପର୍ଣାନଗର, ଦୁର୍ଗାଛକ ଓ ତଳସାହି ଦେଇ ନିର୍ମିତ କୃତ୍ରିମ ପୋଖାରୀରେ ବିସର୍ଜିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ୧୦ପ୍ଲାଟୁନ ଫୋର୍ସ ସହିତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଏଥିପାଇଁ ପୂଜା କମିଟିର ସାଧାରଣ ସମ୍ପାଦକ ନିରଞ୍ଜନ ସାହୁ ଓ ସଭାପତି ଦେବେନ୍ଦ୍ର ପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *